ଆଜିଠୁ ୧୪ ଯାଏ ଦେଶରେ ଟିକା ଉତ୍ସବ

ନୂଆଦିଲ୍ଲୀ : ଆଜିଠୁ ସାରା ଦେଶରେ ଟିକା ଉତ୍ସବ । ଏହା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଏହି ‘ଟିକା ଉତ୍ସବ’ ପାଳନ କରାଯାଉଛି । କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ଦେଶରେ ଅଧିକରୁ ଅଧିକ ଟିକାକରଣ କରାଯିବ । ଟିକା ଉତ୍ସବ ସମୟରେ ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟ ଯୋଗ୍ୟ ଲୋକଙ୍କୁ ଟିକା ଲଗାଇବାକୁ ଅପିଲ କରାଯାଇଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ଅପିଲ କରିଛନ୍ତି ଯେ, ‘ଟିକା ଉତ୍ସବ’ ସମୟରେ ବ୍ୟାପକ ସଂଖ୍ୟାରେ ଲୋକେ ଟିକା ନିଅନ୍ତୁ । ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶନିବାର କହିଛନ୍ତି ଯେ, ଭାରତ ୮୫ ଦିନରେ ୧୦ କୋଟି ଦିଆଯାଇଛି । ଏଥି ସହିତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚଳାଇଥିବା ଦେଶ ଭାବରେ ଉଭା ହୋଇଛି । ମନ୍ତ୍ରାଳୟ କହିଛି ଯେ, ଆମେରିକାକୁ ୧୦ କୋଟି ଡୋଜ ଟିକା ଦେବାରେ ୮୯ ଦିନ ଲାଗିଥିଲା । ଚୀନକୁ ଏହି କାମ କରିବାକୁ ୧୦୨ ଦିନ ଲାଗିଥିଲା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଭାରତରେ ସବୁଠାରୁ ଶୀଘ୍ର ଟିକାକରଣକୁ ଦର୍ଶାଇଥିବା ଏକ ଚାର୍ଟ ପ୍ରସ୍ତୁତ କରିଛି ଓ ଏହି ସ୍ୱାସ୍ଥ୍ୟ ଏବଂ ଏହାକୁ କୋଭିଡ ମୁକ୍ତ ଭାରତ ଲାଗି ମଜବୁତ ଉଦ୍ୟମ କୁହାଯାଇଛି । କୋଭିଡ-୧୯ ସ୍ଥିତି ଓ ଟିକାକରଣ ଅଭିଯାନ ନେଇ ଗତ ୮ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ସମୀକ୍ଷା ବୈଠକ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ କରିଥିଲେ ଯେ, ୪୫ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକାକରଣ କରିବାକୁ ଧ୍ୟାନ କେନ୍ଦ୍ରୀତ ରହୁ । ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଏପ୍ରିଲ ୧୧ରେ ଅଛି । ଏପ୍ରିଲ ୧୪ରେ ବାବା ସାହେବଙ୍କ ଜୟନ୍ତୀ । ଆମେ ଟିକା ଉତ୍ସବ କରିପାରିବା କି ଏବଂ ଟିକା ଉତ୍ସବର ମାହୋଲ କରିପାରିବା ?

ସୂଚନା ଯେ, ଗତ ଗୁରୁବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବର ଆୟୋଜନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ।  ଉତ୍ସବରେ ଯୋଗଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ । ସେହିପରି ଓଡ଼ିଶା ପାଖରେ ଏବେ ୩ ଲକ୍ଷ ୩୦ ହଜାର ଟିକା ରହିଛି । ଦୈନିକ ୩ ଲକ୍ଷ ଟିକା କରଣ ପାଇଁ ରାଜ୍ୟ ପ୍ରସ୍ତୁତ ହୋଇଛି । କେନ୍ଦ୍ରକୁ ୨୫ ଲକ୍ଷ ଟିକା ମଗାଯାଇଥିବା ବେଳେ ଗତ କାଲି ପହଞ୍ଚିଛି ମାତ୍ର ଅଢେଇ ଲକ୍ଷ ଟିକା । ଇତି ମଧ୍ୟରେ ରାଜ୍ୟକୁ ୪୨ ଲକ୍ଷ ୭୧ ହାଜାର ୮୭୦ କୋଭିସିଲ୍ଡ ଟିକା ଏବଂ ୩ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଆସିଛି ।

Spread the love