ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଦେଲେ ଇସ୍ତଫା

ଡେରାଡୁନ : ଉତ୍ତରାଖଣ୍ଡରେ ରାଜନୈତିକ ସଙ୍କଟ ଦେଖାଦେଇଛି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ମଙ୍ଗଳବାରଇସ୍ତଫା ଦେଇଛନ୍ତି । ପ୍ରଥମେ ରାଜଭବନକୁ ଯାଇ ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ନିଜର ଇସ୍ତଫାପତ୍ର ଦେଇଛନ୍ତି । ଫଳରେ ୫ ବର୍ଷ ଶାସନ ସମ୍ଭାଳିବାରେ ତ୍ରିବେନ୍ଦ୍ର ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି । ଦେଶର ଉତ୍ତରାଖଣ୍ଡ ଏପରି ଏକ ରାଜ୍ୟରେ ଏ ପର୍ଯ୍ୟନ୍ତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ବାଦ ଦେଲେ କୌଣସି ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ପୂର୍ଣ୍ଣ କରିବାରେ ସକ୍ଷମ ହୋଇ ନାହାନ୍ତି । ଏଥିରେ ଏବେ ତ୍ରିବେନ୍ଦ୍ର ସିଂହ ରାଓତଙ୍କ ମଧ୍ୟ ସେହି ମୁଖ୍ୟମନ୍ତ୍ରୀଙ୍କ ସୂଚୀରେ ନିଜ ନାମ ଲେଖାଇଛନ୍ତି ଯେଉଁମାନେ ମାତ୍ର କିଛି କିଛି କାଳ ଶାସନ କରି ପଦ ଛାଡିବାକୁ ବାଧ୍ୟ ହୋଇଥିଲେ ।

ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏଥିରେ ସେ କହିଛନ୍ତି, ମୁଁ ଦୀର୍ଘ ସମୟ ଧରି ରାଜନୀତି କରୁଛି। ୪ ବର୍ଷ ଧରି ଦଳ ମୋତେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଲା। ମୁଁ କେବେ ମୁଖ୍ୟମନ୍ତ୍ରୀ ହେବି ବୋଲି ଭାବି ନ ଥିଲି। ବିଜେପି ମୋତେ ଏହି ସୁଯୋଗ ଦେଲା। ଦଳ ଏବେ ନିଷ୍ପତ୍ତି ନେଲା ଯେ ମୁଖ୍ୟମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଅନ୍ୟ କାହାକୁ ଦିଆଯିବା ଦରକାର। ମୋ ଇସ୍ତଫା ଦଳର ସାମୁହିକ ନିଷ୍ପତ୍ତି। କାଲି ନୂଆ ନେତା ଚୟନ ହେବେ ବୋଲି ତ୍ରିଭେନ୍ଦ୍ର କହିଛନ୍ତି।

Spread the love