ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆହତ

ବାଲେଶ୍ୱର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ତାଙ୍କ ପିଏ , ପିଏସଓ ଓ ଡାଇଭର ଆହତ ହୋଇଛନ୍ତି । ସମସ୍ତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପରେ କେନ୍ଦ୍ରମନ୍ତ୍ରୀଙ୍କୁ ବାଲେଶ୍ୱର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ନୀଳଗିରି-ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ପୋଡାଶୂଳ ନିକଟରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ  ଇନୋଭା ଗାଡି (ଓଡି୦୨ଇ୧୧୧୪)କୁ ଏକ ଟ୍ରାକ୍ଟର ମଲିଆଣି ଆଡୁ ଆସି ଧକ୍କା ଦେଇଥିଲା । ପାଇଲଟ ଗାଡି ନଥିବା ବେଳେ କେସିପୁର ପଂଚାୟତ ବଢ଼େଇପଲା ଗାଁକୁ ଜଣେ ପରିବାର କୁ କେନ୍ଦ୍ରମନ୍ତ୍ରୀ ସହାୟତା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ  ଦୁର୍ଘଟଣା  ପରେ ଆଶୁ ଆରୋଗ୍ୟ କାମନା କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ -କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରର ନୀଳଗିରିରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ନେଇ ଅବଗତ ହେଲି । ତାଙ୍କ ଆଶୁଆରୋଗ୍ୟ ଓ ଉତମ ସ୍ୱାସ୍ଥ୍ୟ କାମନା କରୁଛି ।  ଏହାର ଉତରରେ ଶ୍ରୀ ଷଡଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ – ପ୍ରଭୁ ଜଗନ୍ନାଥଙ୍କ କୃପା, ମୋ ମା\’ଙ୍କର ଆଶୀର୍ବାଦ ଏବଂ ଆପଣଙ୍କ ସମେତ ମୋର ସମସ୍ତ ଶୁଭେଚ୍ଛୁ ମାନଙ୍କ ଶୁଭେଚ୍ଛା ହେତୁ ମୋ ନାକ ଓ ଗୋଡରେ ସାମାନ୍ୟ ଆଘାତ ସହ ବର୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।

Spread the love