ପ୍ରଚାର ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପଶ୍ଚିମବଙ୍ଗ ଗସ୍ତ

୧୦ ବର୍ଷରେ ମମତା ପଶ୍ଚିମବଙ୍ଗକୁ ନଷ୍ଟ କରିଦେଇଛନ୍ତି : ରାଜନାଥ ସିଂ
କୋଲକାତା : ମଙ୍ଗଳବାର ଦିନ ପଶ୍ଚିମବଙ୍ଗଙ୍କୁ ପ୍ରଚାର ପାଇଁ ଆସିଥିବା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମମତା ବାନାର୍ଜୀଙ୍କୁ କଡ଼ା ଜବାବ ଦେଇଛନ୍ତି । ପଶ୍ଚିମ ମେଦିନୀପୁରର ଦାସପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ରାଜନାଥ ସିଂ କହିଛନ୍ତି ଯେ, ମମତା ବାନାର୍ଜୀ ୧୦ ବର୍ଷ ଶାସନ କାଳରେ ପଶ୍ଚିମବଙ୍ଗକୁ ନଷ୍ଟ କରିଦେଇଛନ୍ତି । ସେହିପରି ମମତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ସେ କହିଛନ୍ତି ଯେ,ମମତା ନିରାଶ ହୋଇ ବାନାର୍ଜୀ ବିଜେପିକୁ ଦାୟୀ କରୁଛନ୍ତି । ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବ । ଶ୍ରୀ ସିଂ କହିଛନ୍ତି ଯେ, ମମତା ଦିଦିଙ୍କ ବ୍ୟତୀତ ଏହି ଆକ୍ରମଣ ସମ୍ପର୍କରେ କେହି ଅଭିଯୋଗ କରିନାହାଁନ୍ତି । ଅନୁସନ୍ଧାନକାରୀ ଏଜେନ୍ସି ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟରେ କୁହାଯାଇଛି ଯେ, ସୁରକ୍ଷା ଅଭାବରୁ ଏହି ଦୁର୍ଘଟଣା ଘଟିଛି । ମୁଁ ଆଶା କରୁଛି ଯେ, ସେ ଶୀଘ୍ର ସୁସ୍ଥ ହୋଇଯିବେ, କିନ୍ତୁ ଏହା ତାଙ୍କ ନିରାଶାର ଫଳାଫଳ ଯେ, ସେ ତାଙ୍କ ଆଘାତ ପାଇଁ ବିଜେପିକୁ ଦାୟୀ କରୁଛନ୍ତି । ରାଜ୍ୟବାସୀ ଏଥର ପରିବର୍ତନ ପାଇଁ ମନ ବଳାଇ ସାରିଛନ୍ତି । ସୂଚନାଯୋଗ୍ୟ ଯେ, ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୭ ମାର୍ଚ୍ଚରେ ରାଜ୍ୟର ୩୦ଟି ସିଟ୍ ଭୋଟ ଗ୍ରହଣ ହେବ ।

Spread the love