କରୋନା ଯୋଗୁଁ ଗୋଟିଏ ସପ୍ତାହରେ ଦେଶରେ ବେରୋଜଗାରୀ ଦ୍ୱିଦୁଣିତ

ନୁଆଦିଲ୍ଲୀ : ବିଶ୍ଵବ୍ୟାପୀ ମହାମାରୀ କରୋନା ଆତଙ୍କ ଜାରି ରହିଛି । ଏହାରି ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ତଥ୍ୟ ଅନୁଯାୟୀ ଗ୍ରାମାଞ୍ଚଳ ମାନଙ୍କରେ ଗତ ଗୋଟିଏ ସପ୍ତାହରେ ବେରୋଜଗାରୀ ବଢି ଦ୍ୱିଦୁଣିତ ହୋଇଛି । ଏନେଇ ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ୍ ଇକୋନୋମି ତରଫରୁ ପ୍ରକାଶ ପାଇଛି । ଏହା ଗତ ମେ ୯ରେ ୭.୨୯% ଥିବା ବେଳେ ମେ ୧୬ ବେଳକୁ ଆସି ୧୪.୩୪% ରେ ପହଞ୍ଚିଛି । ଗ୍ରାମାଞ୍ଚଳ ମାନଙ୍କରେ ଗତ ଏକ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଇଛି । ସେହିପରି ସହରାଞ୍ଚଳ ମାନଙ୍କରେ ଏହା ମଧ୍ୟ ଗୋଟିଏ ସପ୍ତାହରେ ଦ୍ୱିଗୁଣିତ ହୋଇ ୮.୬୭%ରୁ ଆସି ୧୪.୭୧% ରେ ପହଁଚିଛି ।

ଭାରତରେ କରୋନାର ତିବ୍ର ଦ୍ୱିତ୍ୱୀୟ ଲହରୀ ବେରୋଜଗାରୀର ଏହି କଠିନ ପରିସ୍ଥିତି ଛିଡା କରିଛି । ଭାରତରେ ଦେଖା ଯାଇଥିବା କରୋନା ସଂଙ୍କଟ ସହିତ ମୁକାବିଲା କରିବା ଲାଗି ବିଭିନ୍ନ ରାଜ୍ୟ ସରକାର ଲକ୍‌ଡାଉନ୍ ଲାଗୁ କରିଥିଲା ବେଳେ ଏହି କାରଣରୁ ନିଯୁକ୍ତି ଏବଂ ଶ୍ରମିକ ମାନଙ୍କର ବିଭିନ୍ନ କାର୍ଯ୍ୟରେ ଅଂଶ ଗ୍ରହଣର ମାତ୍ରା କମିଛି । ଏହି କାରଣରୁ ସର୍ବଭାରତୀୟ ନିଯୁକ୍ତ ହାର ଗୋଟିଏ ସପ୍ତାହରେ ଯାହା ୩୭.୭୨ ଥିଲା ତାହା ମେ ୧୬ ବେଳେକୁ ୩୪.୬୭କୁ ଖସି ଆସିଛି । ତେବେ ବିଶେଷଜ୍ଞଙ୍କ କହିବା ମୁତାବକ କରୋନାର ସୁନାମୀ ରୁପରେ ସଂକ୍ରମଣ ବଢିବା ଦ୍ୱାରା ବିଭିନ୍ନ ରାଜ୍ୟରେ ସରକାର ପ୍ରଥମେ ସହରାଞ୍ଚଳରେ କଟକଣ ।ଲଗୁ କରିଥିଲେ ଏବଂ ପରେ ସମ୍ପୁର୍ଣ୍ଣ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଥିଲେ । ଏହି କାରଣରୁ ଅନେକ କାର୍ଯ୍ୟ ସ୍ଥଳୀ ବନ୍ଦ ହୋଇଯିବାରୁ ଶ୍ରମିକ ମାନେ ଗାଁ ମୁହାଁ ହୋଇଥିଲେ । କିନ୍ତୁ ଗ୍ରାମାଞ୍ଚଳରେ ଆବଶ୍ୟକ କାର୍ଯ୍ୟ ନଥିବାରୁ ସେମାନେ ବେରୋଜଗାର ହୋଇଛନ୍ତି । ରାଜ୍ୟ ସରକାର ମାନଙ୍କ ଦ୍ୱାରା ଲଗୁ ହୋଇଥିବା ଲକ୍‌ଡାଉନ୍ ଏବଂ କଟକଣା ଲାଗି ଔପଚାରିକ ଏବଂ ଅନୌପଚାରିକ କ୍ଷେତ୍ରରେ ଲୋକମାନେ ନିଜର ନିଯୁକ୍ତି ହରାଉଥିବା ବେଳେ ସଂପ୍ରତି ସମୟରେ ବିଶେଷ କୃଷି କାର୍ଯ୍ୟ ନଥିବାରୁ ଏହା ବେରୋଜଗାର ପରିସ୍ଥିତିକୁ ଅଧିକ ଜଟିଳ କରୁଛି ।

Spread the love