ସ୍ୱେରେଜରେ ଫସି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର

କଟକ : ସ୍ୱେରେଜ ଲାଇନ୍ କାମ ଚାଲିଥିବା ବେଳେ ଘଟିଯାଇଛି ଅଘଟଣ । ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ସିଡ଼ିଏ ସେକ୍ଟର- ୧୦ ରେ ଆଜି ସ୍ୱେରେଜ୍ କାମ ଚାଲିଥିବା ବେଳେ । ତିନି ଜଣ ଶ୍ୱାସରୁଦ୍ଧ ଅବସ୍ଥାରେ ଗୁରୁତର ହୋଇପଡିଥିଲେ । ପ୍ରଥମେ ଜଣେ ଫସି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଜଣ ମଧ୍ୟ ଫସି ଯାଇଥିଲେ । ସ୍ୱେରେଜରୁ ତିନି ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅନ୍ୟ ଜଣେ ଏସସିବି ମେଡ଼ିକାଲରେ ଚିକିତ୍ସାଧିନ ରହିଛନ୍ତି ।

Spread the love