ପୋଲିସକୁ ବଡ ସଫଳତା : ଗଞ୍ଜେଇ ଭର୍ତ୍ତି କାର ସହ ୨ଟି ବନ୍ଧୁକ ଜବତ, ୨ ଗିରଫ

କୋରାପୁଟ : ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ଵାବଧାନରେ ଲମତାପୁଟ ଫାଣ୍ଡି ଅଧିକାରୀ ମୁଖ୍ୟ ବଜାରରେ ଗାଡି ଯାଞ୍ଚ କରୁଥିଲେ । ଗାଡି ଯାଞ୍ଚ କରୁଥିବା ବେଳେ ଧରାପଡ଼ିଲା ଗଞ୍ଜେଇ ଭର୍ତ୍ତି ହୋଇଥିବା ମାରୁତି କାର । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ ସୂଚନା ଦେଇଛି। କୋରାପୁଟ ଶଗର ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲଣ ହେଉଥିଲା ।

ଶଗର ଆଡୁ ଦ୍ରୁତ ଗତିରେ ଆସୁଥିବା ମାରୁତି କାରକୁ ଅଟକାଇ ଥିଲା ପୋଲିସ । ମାଫିଆମାନେ ଗାଡିକୁ ଅଟକାଇ ଥିଲେ ପୋଲିସ ଗାଡି ଯାଞ୍ଚ କରିବା ଆରମ୍ଭ କରିବା ସମୟରେ ମାଫିଆମାନେ ଧକ୍କା ଦେଇ ଦ୍ରୁତ ଗତିରେ କାରକୁ ନେଇ ଚାଲି ଯାଇଥିଲେ । ପୋଲିସ ଗାଡିକୁ ପିଛା କରି ପ୍ରାୟ ୪ କିଲୋମିଟର ଦୂର କାଡାମ ଗ୍ରାମ ଛକ ନିକଟରେ ଗାଡିକୁ ଅଟକାଇବା ସହ ଦୁଇ ମଫିଆଙ୍କୁ କାବୁ କରିଥିଲା । ପରେ ଯାଞ୍ଚ କରିବାରୁ କାର ପଛପଟେ ଗଞ୍ଜେଇ ଥିବା ପୋଲିସ ଜାଣିବାକୁ ପାଇଥିଲା । କାରରେ ଦୁଇଟି ବସ୍ତାରେ ପ୍ରାୟ ୧କ୍ଵିଣ୍ଟାଲ ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୋଲିସ ସୂଚନା ଦେଇଛି । ଅଟକ ଯୁବକମାନେ ଉତ୍ତରପ୍ରଦେଶର ଭଗୁ ଯାଦବ ଏବଂ ଜୟପ୍ରକାଶ ପଟେଲ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ, ପର୍ସ ଜବତ କରିବା ପରେ ଏମାନେ ବହୁବାର ଏହି ଅଞ୍ଚଳରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ସ୍ଵୀକାର କରିଛନ୍ତି ।

Spread the love