ଟ୍ୱିନ ସିଟିରେ ସଂକ୍ରମଣ ରୋକିବାକୁ ନୂଆ ଷ୍ଟ୍ରାଟେଜି ଦରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : କଟକ ଓ ଭୁବନେଶ୍ୱରରେ କଟକଣାକୁ ଅଧିକ କଡାକଡି କରାଯିବା ଦରକାର । ନଚେତ୍ ସ୍ଥିତି ଅସମ୍ଭାଳ ହେବ । ପରିବା ଓ ମାଛ ମାର୍କେଟ୍ ସହ ମଦ ଦୋକାନ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ । ରାଜ୍ୟରେ ସଂକ୍ରମଣ ବଢୁଥିବା ପରିପ୍ରେକ୍ଷୀରେ ଏହା କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ପୂର୍ବ ଷ୍ଟ୍ରାଟେଜିକୁ ବଦଳାଇ ସ୍ପେଶାଲ ଷ୍ଟ୍ରାଟେଜି ଆପଣେଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଟ୍ୱିନ୍ ସିଟିରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତିଯେ ଟ୍ୱିନ୍ ସିଟିରେ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ସଂକ୍ରମଣ ବଢୁଛି ଜଣେ ସଂକ୍ରମିତ ଏକାଧିକଙ୍କୁ ସଂକ୍ରମିତ କରୁଛନ୍ତି । ଏକାଧିକ ଲୋକ ବାହାରୁ ଆସୁଥିବାରୁ ସଂକ୍ରମଣ ବଢୁଛି । ତେଣୁ ଏହି ୨ ସହରରେ ସଂକ୍ରମଣ ଆହୁରି ବଢିବ । ଜଣେ ଲୋକ ୨୦୦ ଲୋକଙ୍କୁ ସଂକ୍ରମିତ କରିପାରିବ ।

Spread the love