ଟ୍ରକ ଚଢିଯାଇ ଟ୍ରକ ମାଲିକ ମୃତ

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ବାଲିଘାଟରେ ରବିବାର ଟ୍ରକ ଧକ୍କାରେ ଜଣେ ଡ୍ରାଇଭର ମୃତ । ମୃତ ଡ୍ରାଇଭର ଜଣଙ୍କ ଟ୍ରକର ମାଲିକ ସୟଦ ସାହାଜାନ ବୋଲି ଜଣାପଡିଛି। ଆମ୍ବୋ ଗାଁ ବୈତରଣୀ ବାଲିଘାଟରେ ବାଲି ଲୋଡ ପାଇଁ ଟ୍ରକୁ ପଛକୁ କରିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

ସୂଚନା ଯେ, ବୈତରଣୀ ନଦୀର ଅମ୍ବୋ ବାଲିଘାଟରୁ ବାଲି ବୋଝେଇ ପାଇଁ ଯାଇଥିଲେ । ଘାଟରେ ଗାଡି ଲଗାଇ ଛିଡ଼ା ହୋଇଥିବା ସମୟରେ ଅନ୍ୟ ଏକ ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ତାଙ୍କ ଗୋଡ଼ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଡ୍ରାଇଭର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୟଦ ସାହାଜାନ ବୋଲି ଜଣାପଡିଛି । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ମୃତ୍ୟୁର ଖବର ପାଇ ସୟଦଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Spread the love