ଆସନ୍ତାକାଲି ଠୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର : ମଙ୍ଗଳବାର ଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନରେ ଖରା ଛୁଟି ଘୋଷଣା କରାଯାଇଛି । ମେ ୫ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ଏଥିନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ସରକାରୀ ଏବଂ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିିଠି ଲେଖି ଜଣାଇଦିଆଯାଇଛି ।

ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଜାରି କରିଥିବା ଏହି ଚିଠିରେ ଖରାଛୁଟି ସମୟରେ ଅନଲାଇନ୍ କ୍ଲାସ୍ ବା ପରୀକ୍ଷା କରାଯିବାକୁ ମନା କରାଯାଇଛି । ତେବେ ପିଏଚଡି ଓ ଅନ୍ୟ ରିସର୍ଚ୍ଚ ସ୍କଲାରଙ୍କ ପାଇଁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସାକ୍ଷାତକାରଗୁଡିକୁ କରାଯାଇପାରିବ । ତାସହ ଖରାଛୁଟିରେ ଶିକ୍ଷାନୁଷ୍ଠାନ ଗୁଡିକର ଅଫିସ୍ କାର୍ଯ୍ୟ ପାଇଁ ବିଶେଷ ବ୍ୟବସ୍ଥା କରିବାକୁ ଉଚ୍ଚଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Spread the love