ଟୋକିଓ- ଅଲିମ୍ପିକ୍‌ରେ ସ୍ୱର୍ଣ୍ଣପଦକ ଜିତିବା ପରେ ସାକ୍ଷାତକାରରେ ତାଙ୍କ ପାଟିରୁ ବାହାରି ଥିଲା ଏମିତି ଗାଳି |

ଟୋକିଓ- ଅଲିମ୍ପିକ୍‌ରେ ସ୍ୱର୍ଣ୍ଣପଦକ ଜିତିବା ପରେ ଜଣେ ମହିଳା କ୍ରୀଡବୀତ ଅତ୍ୟଧିକ ଖୁସୀ ହୋଇଯାଇଥିଲେ । ତାଙ୍କର ସାକ୍ଷାତ କାର ନେବା ସମୟରେ ପାଟିରୁ ଗାଳି ବାହାରି ପଡିଥିଲା । ଏହାର ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି ଏହାପରେ ସେ ନିଜକୁ ସମ୍ଭାଳି ନେଇଥିଲେ । ଏହି ଉପଲବ୍ଧି ପରେ ସେ ବେଶ୍‌ ଖୁସୀ ଥିବା କଥା ପ୍ରକାଶ କରିଥିଲେ ।

କାୟସୀ ନାମକ କ୍ରୀଡାବିତ୍‌ ୧୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲେ । ଅଷ୍ଟ୍ରେଲିଆର ଏହି ସନ୍ତରଣକାରୀ ସ୍ୱର୍ଣ୍ଣଜିତିବା ପରେ ତାଙ୍କର ସାକ୍ଷାତକାର ନିଆଯାଇଥିଲା । ଏଥିରେ ସେ ଅତ୍ୟଧିକ ଖୁସୀ ହେବା ସହ ତାଙ୍କ ପାଟିରୁ ଗାଳି ବାହାରି ପଡିଥିଲା ।

ସେ ସ୍ୱର୍ଣ୍ଣପଦକ ଜିତିବା ସହ ବିଶ୍ୱ ରେକର୍ଡ ବି କରିଛନ୍ତି । ୧୯ ବର୍ଷୀୟା କାୟଲୀ ୫୭.୪୫ ସେକେଣ୍ଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ଜିତିବା ପରେ ସେ ଅତ୍ୟଧିକ ଖୁସୀ ହୋଇଯିବା ସହ ତାଙ୍କ ପାଟିରୁ ଏପରି ବାହାରି ପଡିଥିଲା ।

ଯେତେବେଳେ ଏହି ବିଶ୍ୱ ରେକର୍ଡ ପରେ କିପରି ଅନୁଭବ କରୁଛନ୍ତି ବୋଲି ପଚରା ଯାଇଥିଲା ତାଙ୍କ ପାଟିରୁ ଗାଳି ବାହାରି ପଡିଥିଲା । ସେ ତୁରନ୍ତ ନିଜକୁ ସମ୍ଭାଳିନେବା ସହ ନିଜର ମନ୍ତବ୍ୟ ବଦଳାଇଥିଲେ ।

ଏହାର ଭିଡିଓ ଭାଇରାଲ୍‌ ହେବା ସହ ବେଶ୍‌ ଲୋକ ନିଜର ମନ୍ତବ୍ୟ ଦେବାରେ ଲାଗିଛନ୍ତି ।

Spread the love