ଟୋକିଓ ଅଲିମ୍ପିକ୍ସର ସେମି ଫାଇନାଲ ମୁକାବିଲା ଭାରତୀୟ ହକି ଦଳର ପରାଜୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସର ସେମି ଫାଇନାଲ ମୁକାବିଲା ଭାରତୀୟ ହକି ଦଳର ପରାଜୟ। ବେଲଜିୟମଠୁ ୨-୫ରେ ପରାସ୍ତ ହୋଇଛି ଭାରତୀୟ ଦଳ। ଏବେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ୪୧ ବର୍ଷ ପରେ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହାତଛଡ଼ା କରିଛି ଭାରତୀୟ ପୁରୁଷ ହକି ଦଳ। ଏଥିସହିତ ଫାଇନାଲ ଆଶା ଧୂଳିସାତ ହୋଇଛି ଟିମ୍‌ ଇଣ୍ଡିଆର।

ବିଶ୍ବ ଚମ୍ପିଆନ୍‌ ବେଲଜିୟମ୍‌ ଦଳ ଭାରତକୁ ମାତ୍‌ ଦେଇ ଟୋକିଓ ଅଲିମ୍ପିକ୍ସର ଫାଇନାଲକୁ ପ୍ରବେଶ କରିଛି। ଭାରତୀୟ ଦଳ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ମ୍ୟାଚର ୪ର୍ଥ କ୍ବାର୍ଟରରେ ଟିମ୍‌ ଇଣ୍ଡିଆ ଉପରେ ଭାରି ପଡ଼ିଥିଲା ବେଲଜିୟମ ଦଳ।

Spread the love