ଟୋକିଓ ଅଲିମ୍ପିକ୍ସର ୧୦ମ ଦିନରେ ଭାରତ ପାଇଁ ଆଉ ଏକ ଖୁିସି ଖବର

ଟୋକିଓ: ଟୋକିଓ ଅଲିମ୍ପିକ୍ସର ୧୦ମ ଦିନରେ ଭାରତ ପାଇଁ ଆଉ ଏକ ଖୁିସି ଖବର। ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତି ବିଶ୍ବ ଦରବାରରେ ଭାରତର ନାମ ଉଚ୍ଚା କରିଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଗ୍ରେଟ୍‌ ବିଟେନକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। କ୍ବାଟର ଫାଇନାଲ ମୁକାବିଲାରେ ଭାରତୀୟ ଦଳ ୩-୧ରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଛି। ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ।

ଭାରତୀୟ ଦଳ ମ୍ୟାଚ୍‌ ଆରମ୍ଭରୁ ଆକ୍ରାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ଏଥିସହିତ ୭ ମିନିଟ୍ ଓ ୧୬ ମିନିଟ୍‌ ସମୟରେ ଭାରତ ୨ଟି ଗୋଲ୍‌ ଦେଇଥିଲ।। ଦିଲପ୍ରିତ ସିଂହ ଓ ଗୁରଞ୍ଜତ ସିଂହ ଭାରତ ପକ୍ଷରୁ ଦୁଇଟି ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ ରଖିଥିଲେ। ତୃତୀୟ କ୍ବାର୍ଟରରେ ଗ୍ରେଟ୍‌ ବ୍ରିଟେନ ଏକ ଗୋଲ ଦେଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଚତୁର୍ଥ‌ କ୍ବାର୍ଟରରେ ଭାରତ ଓ ଗ୍ରେଟ୍‌ ବ୍ରିଟେନ୍‌ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ହେଲେ ଶେଷରେ ଭାରତୀୟ ହକି ଦଳ ୩-୧ରେ ବିଜୟୀ ହୋଇ ଅଲିମ୍ପିକ୍ସ ସେମି ଫାଇନାଲରେ ଏଣ୍ଟ୍ରି କରିଛି।

ପୁରୁଷ ହକି ସେମି ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ, ଜର୍ମାନୀ ଓ ବେଲିଜିୟମ ପହଁଞ୍ଚିଥିବା ବେଳେ ଭାରତ ଆଜି ଏଣ୍ଟ୍ରି କରିଛି। ସେମି ଫାଇନାଲ ମୁକାବିଲାରେ ଭାରତୀୟ ଦଳ ବେଲଜିୟମକୁ ଭେଟିବ। ଗ୍ରେଟ୍‌ ବ୍ରିଟେନକୁ ହରାଇ ଭାରତୀୟ ଦଳ ଟୋକିଓରେ ଇତିହାସ ରଚିଛି।

Spread the love