ଟୋକିଓ ଅଲମ୍ପିକ୍ସ ମହିଳା ହକି ବ୍ରୋଞ୍ଚ୍ ପଦକ ମ୍ୟାଚ୍‌ରେ ବ୍ରିଟେନ ବିଜୟୀ। ସଙ୍ଘର୍ଷପୂର୍ଣ୍ଣ ପରାଜୟ ବରଣ କଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ : ଟୋକିଓ ଅଲମ୍ପିକ୍ସ ମହିଳା ହକି ବ୍ରୋଞ୍ଚ୍ ପଦକ ମ୍ୟାଚ୍‌ରେ ବ୍ରିଟେନ ବିଜୟୀ। ସଙ୍ଘର୍ଷପୂର୍ଣ୍ଣ ପରାଜୟ ବରଣ କଲା ଭାରତୀୟ ମହିଳା ହକି ଟିମ୍। ବ୍ରିଟେନ୍ ବିପକ୍ଷରେ କଡ଼ା ମୁକାବିଲା କରି ୩-୪ ଗୋଲ୍‌ରେ ହାରିଲା ମହିଳା ଟିମ୍। ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମ୍‌ର ସଫଳତା। ସେପଟେ ବ୍ରୋଞ୍ଚ୍ ଜିତି ଟୋକିଓ ଅଭିଯାନ ଶେଷ କଲା ଗ୍ରେଟ୍ ବ୍ରିଟେନ୍। ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି ।

ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା । ବ୍ରିଟେନ ବିପକ୍ଷରେ ଦୁଇଟି ଗୋଲ ପଛରେ ରହି ସତ୍ତ୍ୱେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ବ୍ରିଟେନର ଭାଗ୍ୟ ସହାୟ ହେବା ପରି ଜିତାପଟ ମାରିଥିଲା ଦଳ । ଆଉ ପରାଜୟ ହାସଲ କରିଛି ଭାରତ ଦଳ । ତେବେ ଟୋକିଓ ଅଲମ୍ପିକ୍ସ ମହିଳା ହକି ୨୦୧୨, ୨୦୧୬, ୨୦୨୦ରେ ବ୍ରିଟେନ୍ ଲଗାତର ୩ଟି ବ୍ରୋଞ୍ଚ୍ ପଦକ ହାସଲ କରିଛି।

Spread the love