ଆଜି କରୋନା ସ୍ଥିତି ଉଚ୍ଚସ୍ତରୀୟ ନେଇ ବୈଠକ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେଥିପାଇଁ ଆଜି ପଶ୍ଚିମବଙ୍ଗରେ ସମସ୍ତ ପ୍ରଚାର ରାଲିକୁ ବାତିଲ କରିଛନ୍ତି ମୋଦି । ଟୁଇଟ କରି ଏହି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସକାଳ ୯ଟାରେ ସମୀକ୍ଷା ବୈଠକ ପରେ ଦିନ ୧୦ଟାରେ ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ସେହିପରି ଦିନ ୧୨ଟାରେ ଭିସି ଜରିଆରେ ଦେଶର ବଡ ବଡ ଅକ୍ସିଜେନ ନିର୍ମାଣକାରୀ କଂପାନୀ ମୁଖ୍ୟଙ୍କ ସହ ବୈଠକ କରିବେ । ସେପଟେ ବଙ୍ଗରେ ଆଜି ପ୍ରଧାନମନ୍ତ୍ରୀଙ୍କ ୪ଟି ନିର୍ବାଚନୀ ପ୍ରଚାର ସଭା କରିବା କାର୍ଯ୍ୟକ୍ରମ ଥିଲା । ତେବେ ସନ୍ଧ୍ୟା ୫ଟାରେ ଭର୍ଚୁଆଲରେ ପଶ୍ଚିମବଙ୍ଗ ବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।

କରୋନା ଭାଇରସ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ୩ଟି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ପୂର୍ବାହ୍ନ ୯ଟାରେ ସେ କୋଭିଡ ସ୍ଥିତି ନେଇ ବୈଠକ କରିବେ । ଏହା ପରେ ୧୦ଟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ । ମୋଦୀଙ୍କ ଅନ୍ତିମ ବୈଠକ ମଧ୍ୟାହ୍ନ ୧୨ଟାରେ ଅନୁଷ୍ଠିତ ହେବ । ଏହି ବୈଠକରେ ସେ ଦେଶରେ ଅକ୍ସିଜେନ ମୁକାବିଲା କେମିତି କରାଯିବ, ସେନେଇ ସମୀକ୍ଷା କରିବେ । ସୂଚନା ଯେ, ଏପ୍ରିଲ ୨୩ରେ ମୋଦୀଙ୍କ ପଶ୍ଚିମବଙ୍ଗରେ ୪ଟି କାର୍ଯ୍ୟକ୍ରମରେ ସମ୍ବୋଧିତ କରିବାର ଥିଲା । ମାଲଦା, ମୁର୍ଶିଦାବା, ବୀରଭୂମ ଏବଂ କୋଲକାତା (ଦକ୍ଷିଣ)ରେ ଏହି ରାଲି ହୋଇଥାନ୍ତା । ଏହି ରାଲି ପାଇଁ ଭାରତୀୟ ଜନତା ପାର୍ଟି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିଲା । କୋଲକାତାରେ ଶହୀଦ ମୀନାର ପଡ଼ିଆରେ ମୋଦୀଙ୍କ ରାଲି ପାଇଁ ପ୍ରସ୍ତୁତି ଚାଲିଥିଲା । ଟେଣ୍ଟ, ହୋର୍ଡିଂ ଓ ବ୍ୟାନର ଲାଗି ସାରିଥିଲା । ମାଲଦା, ମୁର୍ଶିଦାବାଦ ଏବଂ ବୀରଭୂମରେ ମଧ୍ୟ ପ୍ରସ୍ତୁତି ଚାଲିଥିଲା । ମୋଦୀଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ ହୋଇଥିବାରୁ ସନ୍ଧ୍ୟା ୫ଟାରେ ୪ଟି ଜିଲ୍ଲାର ୫୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିବେ ।

Spread the love