ଆଜି କ୍ୟାବିନେଟ୍ : ୧୧ ପ୍ରସ୍ତାବରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି‌ ବୈଠକ। ରାଜ୍ୟ ସଚିବାଳୟରେ ମଧ୍ୟାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୧୧ଟିରୁ ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। କ୍ୟାବିନେଟ୍‌ ଆସିବାକୁଥିବା ପ୍ରସ୍ତାବ ସମ୍ପର୍କରେ କୌଣସି ମନ୍ତ୍ରୀମାନଙ୍କୁ ଏ ପର୍ଯ୍ୟନ୍ତ ଚିଠି ପଠାଯାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗର ଗ୍ରାଣ୍ଟ୍‌ ଇନ୍‌ ଏଡ୍‌ ବ୍ୟବସ୍ଥାର ସଂଶୋଧନ ନେଇ କ୍ୟାବିନେଟ୍‌ ମଞ୍ଜୁରି ମିଳିବା ସମ୍ଭାବନା ରହିଛି।

Spread the love