ଆଜି ଇଦ୍, ମହାମାରୀ କରୋନା ପାଇଁ ଫିକା ପଡିଛି ମାହୋଲ

ନୂଆଦିଲ୍ଲୀ : ଆଜି ପବିତ୍ର ଇଦ୍‌ । ମହାମାରୀ ପାଇଁ ଫିକା ପଡିଛି ମାହୋଲ । କରୋନା ଭାଇରସ ଓ ଲକଡାଉନ କଟକଣା ଯୋଗୁଁ ପର୍ବ ପାଳନ ଫିକା ପଡିଛି । ମସଜିଦରେ ସାମୂହିକ ନମାଜ ପାଠରେ ବାରଣ ଲାଗିଛି । କୋଭିଡ ଗାଇଡଲାଇନ ସହ ସାମାଜିକ ଦୂରତା ମାନିବାକୁ ସମସ୍ତଙ୍କୁ ମୌଲାନାମାନେ ଅନୁରୋଧ କରିଛନ୍ତି । ଦେଶ ତଥା ବିଶ୍ୱରେ ବିଭିନ୍ନ ପ୍ରାନ୍ତର ଲୋକମାନେ ଏହି ପର୍ବ ପାଳନ କରୁଛନ୍ତି । ଅଳ୍ପ କିଛି ଲୋକ ନମାଜ ପାଠ କରିପାରିବେ ବୋଲି କୁହାଯାଇଛି । ତେବେ ଇଦ୍‌ ପାଇଁ ମସଜିଦଗୁଡ଼ିକୁ ରଙ୍ଗୀନ ଆଲୋକମାଳାରେ ସଜାଯାଏ । ମୁସଲିମ୍ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇ ନମାଜ ପାଠ କରନ୍ତି କିନ୍ତୁ କରୋନା କଟକଣା ପାଇଁ ମସଜିଦ୍ ଆସିବା ଉପରେ ରୋକ ଲାଗିଛି । ଶ୍ରଦ୍ଧାଳୁମାନେ ନିଜ ଘରେ ନମାଜ ପାଠ କରିବା ସହ ଭର୍ଚୁଆଲରେ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।

ଶାହି ଇମାମ ମୌଲାନା ମୁଫତି ମୁକରାମ କହିଛନ୍ତି ଯେ ଶାୱାଲଙ୍କ ପ୍ରଥମ ତାରିଖ (ଇସଲାମିକ କ୍ୟାଲେଣ୍ଡରର ଦଶମ ମାସ) ଶୁକ୍ରବାର ପଡିଥିଲେ ଇଦ୍ ପାଳନ ହୋଇଥାଏ । ଇଦ୍ ହେଉଛି ସୁଖର ପର୍ବ । ଇଦ୍ ପର୍ବ ପବିତ୍ର ରମଜାନ ମାସର ସମାପ୍ତିକୁ ଚିହ୍ନିତ କରେ । ସମଗ୍ର ବିଶ୍ୱରେ ଇଦ୍ ପାଳନ କରାଯାଏ । ଏହି ଦିନ ଲୋକମାନେ ପରସ୍ପରକୁ ଇଦ୍ ମୁବାରକ କୁହନ୍ତି ଏବଂ ପରସ୍ପର ପାଇଁ ପ୍ରାର୍ଥନା କରନ୍ତି । ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ଇଦରେ ରହିଛି କରୋନାର ଛାୟା । ତେଣୁ ଏହାକୁ ବିଶେଷ ସତର୍କତାର ସହିତ ପାଳନ କରିବାକୁ କୁହାଯାଉଛି। ସୋସିଆଲ ମିଡିଆ ଏବଂ କଲ୍ ମାଧ୍ୟମରେ ଲୋକମାନେ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।

Spread the love