ଆଜିଠୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକା

ଭୁବନେଶ୍ୱର : ଗୁରୁବାର ଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ । ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ । ମାଛ ମାଂସ ବିକ୍ରେତା, ସେଲୁନ, ଷ୍ଟ୍ରିଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ, ରେଷ୍ଟୁରାଂଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ବର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ବର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଇବା ସହ ଟିକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ। ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର , ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ। କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣ ବି ଅଧିକ ରହିଛି । ମାଛ ମାଂସ ବିକ୍ରେତା,ସେଲୁନ, ଷ୍ଟ୍ରୀଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ,ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ଵର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରାଖଯାଇଛି। ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଯାଇଛି ।

୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ। ତେବେ ଟିକା ନ ହେବା ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟିକା ନଷ୍ଟର ହାର ୧% ରଖିବାକୁ କୁହାଯାଇଛି। ଏଥିପାଇଁ ପ୍ରତିଦିନ ଟିକା ନଷ୍ଟର ସମୀକ୍ଷା କରିବାକୁ କୁହାଯାଇଛି। ଯେଉଁ ପରିମାଣର ଟିକା ମହଜୁଦ ରହିଛି ତାକୁ ଠିକ୍ ସମୟରେ ଉପଯୋଗ କରିବାକୁ କୁହାଯାଇଛି। ଏହା ଦ୍ବାରା ଟିକାର ତମାଦି ଅବଧିକୁ ଏଡାଯାଇପାରିବ। ବୁଧବାର ସମସ୍ତ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ କରୋନା ଟିକାକରଣ ସମ୍ପର୍କିତ କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଡାକ୍ତର ଆରଏସ୍ ଶର୍ମା ଭିଡିଓ କନଫରେନ୍ସିଂରେ ବୈଠକ କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ ଟିକାର କୌଣସି ଅଭାବ ନାହିଁ।

Spread the love