କାଳବୈଶାଖୀ ନେଇ ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ରାଜ୍ୟରେ କାଳବୈଶାଖୀର ପ୍ରଭାବ ଯୋଗୁଁ ଅଧିକାଂଶ ସ୍ଥାନରେ ତାପମାତ୍ରା କମ୍ ରହିଛି । ଉପକୂଳ ଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଖସିଛି ପାରଦ। ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସୂଚନାରହିଛି । ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାଳବୈଶାଖୀ ହୋଇପାରେ ।

ପାଣିପାଗ ବିଭାଗର ସୂଚନା ମୁତାବକ ରବିବାର ସୁନ୍ଦରଗଡ, ଦେବଗଡ, କେନ୍ଦୁଝର,ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଜପତି, କନ୍ଧମାଳ. ଖୋର୍ଦ୍ଧା , ନୟାଗଡ ଓ ଗଂଜାମ ଜିଲ୍ଲାର କିଛି ସ୍ଥାନରେ ଝଡ-ବର୍ଷା ସହ ବଜ୍ରପାତ ହୋଇପାରେ । ଏହି ସମୟରେ ଘଂଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେଣୁ ଏହି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୧୧ ତାରିଖଠାରୁ ୧୨ ତାରିଖ ସକାଳ ୮ଟା ୩୦ ମଧ୍ୟରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ବୌଦ୍ଧ, ସୁବର୍ଣ୍ଣପୁର. ବଲାଙ୍ଗୀର , କଟକ, ଢେଙ୍କାନାଳ , କେନ୍ଦୁଝର ଓ ମୟୁରଭଂଜ ଏବଂ ଆସନ୍ତା ୧୨ ତାରିଖ ସକାଳ ୮ଟା ୩୦ରୁ ୧୩ ତାରିଖ ସକାଳ ୮ଟା ୩୦ ମଧ୍ୟରେ କୋରାପୁଟ, ରାୟଗଡା , ଗଜପତି, ଗଂଜାମ, ନୟାଗଡ, କଟକ, ବୌଦ୍ଧ, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାରେ ବଜ୍ରପାତ , କାଳବୈଶାଖୀ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Spread the love