୩ ଜଣଙ୍କୁ ଦଳି ମାରିଲା ହାତୀ

ପଦ୍ମପୁର : ୩ ଜଣଙ୍କୁ ଦଳି ମାରିଲା ଦନ୍ତା। ପଦ୍ମପୁର ରେଞ୍ଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି । ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର । ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି ।

ତେବେ ସେ ନାଥପାଲି ଗାଁକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଶୌଚ ପାଇଁ ଯାଇଥିବା ବେଳେ ଏମାନେ ସବୁ ହାତୀ ହାବୁଡରେ ପଡିଯାଇଥିଲେ । ଅଞ୍ଚଳରେ ହାତୀ ଉପଦ୍ରବ ଥିବା ନେଇ ବନବିଭାଗ ଲୋକଙ୍କୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏଭଳି ଘଟଣା ହେଉଥିବାର ନଜିର ରହିଛି ।

Spread the love