କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚଳିତବର୍ଷ ଚନ୍ଦନ ଯାତ୍ରା

ପୁରୀ : ଚଳିତବର୍ଷ ପୁରୀରେ ମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସମସ୍ତ କୋଭିଡ୍ କଟକଣାକୁ ଅନୁପାଳନ କରି ଏବର୍ଷ ଚନ୍ଦ ଯାତ୍ରା ହେବ ବୋଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକ ଶେଷ ହୋଇଛି । ଚଳିତବର୍ଷ କୋଭିଡ କଟକଣା ଭିତରେ ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା ।

କେବଳ ସେବାୟତଙ୍କୁ ନେଇ ଚନ୍ଦନ ଯାତ୍ରା ହେବାର ନିଷ୍ପତି ହୋଇଥିବା ବେଳେ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ଏଥିପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକରେ ଏହି ନିଷ୍ପତି ହୋଇଥିବା ବେଳେ ଚନ୍ଦନ ଯାତ୍ରାର ନୀତିକାନ୍ତି ନେଇ ଆଗକୁ ଛତିଶାନି ଯୋଗର ବୈଠକରେ ସ୍ଥିର କରାଯିବ ବୋଲି ଜଣାପଡିଛି ।

Spread the love