ରାଜ୍ୟରେ ୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା

ଭୁବନେଶ୍ୱର : ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ଆଭ୍ୟନ୍ତର, ଉତର, ଦକ୍ଷିଣ ଓ ଉପକୂଳ ଜିଲ୍ଲା ଗୁଡିକରେ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୂଚନା ଅନୁଯାୟୀ ଜାରି ସତର୍କ ସୂଚନା ମତାବକ ଆଜି (ମଙ୍ଗଳବାର) ଅପରାହ୍ନ ୧ଟା ୩୦ରୁ ଆସନ୍ତାକାଲି ବୁଧବାର ସକାଳ ୮ଟା୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ବୁଧବାର ସକାଳ ଠାରୁ ଗୁରୁବାର ସକାଳ ମଧ୍ୟରେ ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି , ରାୟଗଡା. ଗଜପତି, କନ୍ଧମାଳ ଓ ନୂଆପଡା ଜିଲ୍ଲାର କିଛି ସ୍ଥାନରେ ବଜ୍ରପାତ ଓ ଘୂର୍ଣ୍ଣିଝଡର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଂଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବୋହିପାରେ । ଏହା ବ୍ୟତୀତ ମାଲକାନଗିରି , କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ସକାଳ ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ କୋରାପୁଟ , ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର , ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ , ଦେବଗଡ , କେନ୍ଦୁଝର ଓ ମୟୁରଭଂଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡବର୍ଷା ଓ ବଜ୍ରପାତ ହୋଇପାରେ । ଏସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Spread the love