କେବୁଲ କାମ କରୁଥିବା ବେଳେ ଏଲ୍‌ଟି ବିଦ୍ୟୁତ ସଂସ୍ପର୍ଶ ଆସି ଯୁବକ ମୃତ

ସାଲେପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ମାହାଙ୍ଗା ଥାନା ଶିପୁରା ଗାଁର ସନାତନ ଭୋଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସାଲେପୁର ଅଞ୍ଚଳରେ ସନାତନ ଏକ କେବୁଲ ଅପରେଟର ଭାବେ କାମ କରନ୍ତି । କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ବଜାର ନିକଟରେ କେବୁଲ କାମ କରୁଥିବା ବେଳେ ଏଲ୍‌ଟି ବିଦ୍ୟୁତ ସଂସ୍ପର୍ଶ ଆସି ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ମୃତ୍ୟୁର ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।

Spread the love