ପୁରୀ ସମୁଦ୍ରରେ ବୁଡିଯାଇ ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ପୁରୀ : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ । ବୁଡିଯାଇ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ପୁରୀ ସମୁଦ୍ରରେ କୂଳରେ ଗାଧୋଊଥିବା ବେଳେ ହଠାତ ବୁଡ଼ିଗଲେ ଜଣେ ଯୁବକ । ଯୁବକ ଜଣକ ବୁଡ଼ି ଯାଉଥିବାର ଦେଖି ସମୁଦ୍ରକୂଳରେ ଥିବା ଲୋକମାନେ ପାଟିକରିଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ଗଭୀର ସମୁଦ୍ର ଭିତରୁ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ । ସେଠାରେ ଯୁବକ ଜଣକଙ୍କ ଚେତା ନଫେରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯୁବକ ଜଣଙ୍କ ହେଉଛନ୍ତି ପୁରୀ ରତ୍ନାକର ରୋଡ୍ ବାଲିନୋଳିଆ ସାହିର ଲୋକନାଥ ରାଓ ।

Spread the love