ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡରେ ପଡି ମହିଳା ମୃତ

ତାଲଚେର : ଅନୁଗୋଳରେ ହାତୀ ଆକ୍ରମଣରେ ମହିଳା ମୃତ । ଜିଲ୍ଲାର ତଳଗଡ଼ରେ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣକ ହେଲେ ମମତା ସେଠୀ । ମହିଳାଙ୍କ ମୃତ୍ୟୁ ପରେ ବନ ବିଭାଗର କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିବା ସହ ହାତୀପଲଙ୍କ ଉପରେ ନଜର ରଖିଛନ୍ତି ।

ସୂଚନା ଯେ, ତଳଗଡ ଗ୍ରାମର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ସେ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଫଳରେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରିଥିଲେ ।

Spread the love