ରଥ ଖଳାରେ ନିୟୋଜିତ ଦୁଇ ମହାରଣା ସେବାୟତ କରୋନା ପଜିଟିଭ୍ ଚିହ୍ନଟ

ପୁରୀ : ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କର କରୋନା ପରୀକ୍ଷା କରାଯିବ ସହ ଟୀକା ପ୍ରଦାନ କରାଯାଇଛି । ରଥକାର୍ଯ୍ୟରେ ନିୟୋଜିତ ସେବାୟତମାନେ ଭକ୍ତନିବାସରେ ରହି ରଥ ନିର୍ମାଣ କରୁଛନ୍ତି । ଆଜି ଦୁଇଜଣ ମହାରଣା ସେବାୟତ କରୋନା ପଜେଟିଭ୍ ହୋଇଥିବା ଜଣାପଡିଛି । ସେମାନଙ୍କୁ ସଂଘରୋଧରେ ରଖାଯାଇ ଡାକ୍ତରୀ ଚିକିତ୍ସା କରାଯାଉଛି ।

ରଥ ଖଳାରେ ତିନି ରଥ ନିର୍ମାଣ କରିବା ପାଇଁ ବିଶ୍ୱକର୍ମା ମହାରଣା ମାନେ ନିୟୋଜିତ ହୋଇଛନ୍ତି । ସେମାନଙ୍କୁ ଭକ୍ତ ନିବାସରେ ରଖାଯାଇଛି । ଆଜି ଦୁଇ ଜଣ ମହାରଣା ସେବାୟତ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇ ମହାରଣା ସେବାୟତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନେ ଡ଼ାକ୍ତରଙ୍କ ପରାମର୍ଶ ଔଷଧ ସେବନ କରୁଛନ୍ତି । ରଥ କାମ ପୂର୍ବରୁ ସମସ୍ତ ମହାରଣା ସେବାୟତଙ୍କ କରୋନା ଟେଷ୍ଟ କରାଯିବା ସହ ସେମାନଙ୍କ ମଧ୍ୟରୁ ଅଧିକାଂଶ ଟୀକା ନେଇଥିଲେ । ତେବେ ଆଜି ରଥ ନିର୍ମାଣ କାର୍ଯ୍ୟ ଯଥାବିଧି ଚାଲୁ ରହିଛି ।

Spread the love