ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଲା ଟ୍ରକ

ବଲାଙ୍ଗୀର : ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଲା ଟ୍ରକ। ବଲାଙ୍ଗିର ସହର ମେଡିକାଲ ଛକରେ ବୁଧବାର ଭୋର ୪ଟାରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଏକ ଜେରକ୍ସ ଦୋକାନ ଉପରକୁ ଚଢିଯାଇଛି ।

ଟ୍ରକ ଡ୍ରାଇଭର ଜିତେନ୍ଦ୍ର କୁମାରଙ୍କ କହିବା ଅନୁସାରେ, ସେ ସାର ନେଇ ରାଉରକେଲାରୁ ପାଟଣାଗଡ ଯାଉଥିଲେ । ଭୋର ୪ ଟାରେ ମେଡିକାଲ ଛକରେ ଅନ୍ୟ ଏକ ଆନ୍ଧା ଟ୍ରକ ସାଇଡ ମାରିବାରୁ ସେ ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢାଇ ଦେଇଥିଲେ ।

Spread the love