ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଟ୍ରକ, ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ସିଆର୍‌ପି ଓଭରବ୍ରିଜରେ ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ଟ୍ରକ । ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଗୁରୁବାର ସକାଳ ସମୟରେ ଏକ ଟ୍ରକ ଜୟଦେବ ବିହାର ପଟୁ ବରମୁଣ୍ଡା ଆଡ଼କୁ ଯାଉଥିଲା । ଏହି ସମୟରେ ଆଗରେ ଯାଉଥିବା ଏକ ଟ୍ରକକୁ ଭାରସାମ୍ୟ ହରାଇ ପିଟିଥିଲା ପଛରେ ଥିବା ଟ୍ରକ । ପଛ ଟ୍ରକଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଗାଡିରେ ଡ୍ରାଇଭର ଜଣଙ୍କ ଫସି ରହିଥିଲେ । ଦୁର୍ଘଟଣା ନେଇ ଖବର ପାଇ ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍‌ କଟର ସହାୟତାରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି ।

Spread the love