ନଦୀରେ ଖସିପଡିଲା ଟ୍ରେନ୍ ଇଞ୍ଜିନ, ତଦନ୍ତ ଆରମ୍ଭ

ରାଉରକେଲା : ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା । ନଦୀରେ ଖସିପଡିଲା ଇଞ୍ଜିନ । ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡିଥିବା ସୂଚନା ମିଳିଛି । ତେବେ ଭୁଲ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏହି ଘଟଣାରେ ରେଳ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

ସୂଚନା ଯେ, ରାଉରକେଲା-ହଟିଆ ପାସେଞ୍ଜର ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ହଟିଆ ଷ୍ଟେସନ ଛାଡିଥିଲା। ରାତି ପ୍ରାୟ ସାଢ଼େ ୮ଟାରେ ଝାଡ଼ଖଣ୍ଡର କନାରାଓଁ ଷ୍ଟେସନରେ ଅଟକିଥିଲା। ସେଠା‌ରେ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ ରାଉରକେଲା ଅଭିମୁଖେ ବାହାରିଥିଲା। କନାରାଓଁ ଷ୍ଟେସନ ଛାଡିବାର ମାତ୍ର କେଇ ମିନିଟ୍‌ ପରେ ନଦୀ ପାରି ହେଉଥିବାବେଳେ ଚଳନ୍ତା ଟ୍ରେନ୍‌ରୁ ହଠାତ୍‌ ଇଞ୍ଜିନ୍‌ ଅଲଗା ହୋଇ ଯାଇଥିଲା। ଲାଇନଚ୍ୟୁତ୍‌ ହୋଇ ନଦୀରେ ଗଳି ପଡିଥିଲା। ଇଞ୍ଜିନ୍ ନଦୀରେ ଗଳି ପଡିଥିବା ଦେଖି ବଗିରେ ବସିଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଷ୍ଟେସନରେ କାର୍ଯ୍ୟରତ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଟ୍ରେନ୍‌ରୁ ଉଦ୍ଧାର କରିଥିଲେ।

Spread the love