ସହରାଂଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟ ଟଙ୍କା ମଂଜୁର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହରାଂଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୃତୀୟ ପର୍ଯ୍ୟାୟରେ ୬୭ ଲକ୍ଷ ୫୨ ହଜାର ଟଙ୍କା ମଂଜୁର କରିଛନ୍ତି । ଲକ୍ ଡାଉନ୍ ବୃଦ୍ଧି ପାଇଥିବାରୁ ବୁଲା ପ୍ରାଣୀ ମାନେ ଖାଦ୍ୟାଭାବର ସମ୍ମୁଖୀନ ହେଉଛନ୍ତି । ଏହି ଟଙ୍କାରେ ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ।

ଏହା ମଧ୍ୟରୁ ବିଏମସି ଏବାବଦରେ ପ୍ରତ୍ୟେକ ଦିନ ୨୦ ହଜାର ଟଙ୍କା ବ୍ୟୟ କରିବ ଏବଂ ଅନ୍ୟ ୪ ଟି ମ୍ୟୁନିସିପାଲଟି ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ସେହିପରି ୪୮ଟି ମ୍ୟୁନିସିପାଲଟି ପ୍ରତିଦିନ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଓ ୬୧ ଟି ଏନଏସି ଦିନକୁ ୨ ହଜାର ଟଙ୍କା ବ୍ୟୟ କରିପାରିବେ । ଉଲ୍ଲେଖ୍ୟଯୋଗ୍ୟ ଯେ ଏହା ପୂର୍ବରୁ ବୁଲା ପ୍ରାଣୀଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ୨ ଟି ପର୍ଯ୍ୟାୟରେ ମୋଟ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ମଂଜୁର କରିସାରିଛନ୍ତି ।

Spread the love