ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାରା ରାଜ୍ୟ ଅସ୍ତବ୍ୟସ୍ତ ହେଉଛି । ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ଦିନ ୧ଟା ବେଳକୁ ରାସ୍ତାଘାଟ୍ ଶୂନଶାନ୍ ହୋଇଯାଉଛି । ପ୍ରତିଦିନ ଅଧିକାଂଶ, ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି କ୍ରମରେ ସୋମବାର ଦିନ ଓଡିଶାର ୧୭ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ବୌଦ୍ଧ ସହର ୪୩ ଡିଗ୍ରୀ ସହ ସର୍ବାଧିକ ଉତପ୍ତ ସହର ରହିଛି । ଏହା ପଛକୁ ଭୁବନେଶ୍ୱରରେ ୪୨.୫ ଡିଗ୍ରୀ ତାପମାତ୍ରା ରେକଡ କରାଯାଇଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ଦିନ ବଲାଙ୍ଗୀର ସହରରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଅନୁଗୁଳରେ ୪୨.୧, ଟିଟିଲାଗଡ ୪୨, ନୟାଗଡ ୪୨, ତାଳଚେର ୪୧. ୬, ସୁନ୍ଦରଗଡ ୪୧.୫, ଝାରସୁଗୁଡାରୁ ୪୧.୪ , ବାରିପଦା ୪୧.୨, ସମ୍ବଲପୁର ୪୧.୨, ଭବାନୀପାଟଣା ୪୧, ସୋନପୁର ୪୧, ହୀରାକୁଦ ୪୦.୯, କଟକ ୪୦.୨, ବାଲେଶ୍ୱର ୪୦.୧ ଓ ଫୁଲବାଣୀରେ ୪୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଚାନ୍ଦବାଲିରେ ୩୯.୮, କେନ୍ଦୁଝର ୩୮.୨, ପାରଲାଖେମୁଣ୍ଡିରେ ୩୮ ଡିଗ୍ରୀ ସେଲସିୟସ୍ ତାପମାତ୍ର ରେକର୍ଡ କରାଯାଇଛି ।

Spread the love