ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକକୁ ଚିଠି ଲେଖିଛନ୍ତି ରାଜ୍ୟସରକାର

ଭୁବନେଶ୍ୱର : ଟିକା ପାଇଁ ୨ ଟିକା କମ୍ପାନୀକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ କୁ ଚିଠି ଲେଖି ଟିକା ଦେବାକୁ ଅନୁରୋଧ କରିଛନ୍ତି । ଚିଠିରେ ମେ ମାସ ପାଇଁ ୪୦ ଲକ୍ଷ କୋଭିସିଲ୍ଡ ଟିକା , ଜୁନ୍ , ଜୁଲାଇ ଓ ଅଗଷ୍ଟ ମାସ ପାଇଁ ୬୦ ଲକ୍ଷ ଲେଖାଏଁ ଡୋଜ୍ ର ଆବଶ୍ୟକତା ରହିଥିବା ଶ୍ରୀ ମହାପାତ୍ର ଜଣାଇଛନ୍ତି । ସେହିପରି ମେ ୩୧ ତାରିଖ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ୍ ଟିକା ଦେବାକୁ ସେ ଅନୁରୋଧ କରିଛନ୍ତି । କୋଭାକ୍ସିନ୍ ର ବାକି ୫.୩୪ ଲକ୍ଷ ଡୋଜ୍ ଜୁନ୍ ୧୫ ସୁଦ୍ଧା ଦେବାକୁ କହିଛନ୍ତି ।

Spread the love