ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ବ୍ଲାକ୍ ଫଙ୍ଗସକୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର । ମହାମାରୀ ଘୋଷଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି । ମହାମାରୀ ଘୋଷଣା କରିବାକୁ କେନ୍ଦ୍ର ପରାମର୍ଶ ଦେଇଥିଲା । ରାଜ୍ୟରେ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ତେଲେଙ୍ଗାନା ଓ ରାଜସ୍ଥାନ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି ।

କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି । ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି । ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଏହାକୁ ନଜରରେ ରଖି ତେଲେଙ୍ଗାନା ସରକାର ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ନିର୍ଦ୍ଦେଶ ମୁତାବକ ଏହି ରୋଗରେ ପୀଡିତ ହୋଇ ଆସୁଥିବା ଲୋକମାନଙ୍କର ସୂଚନା ତୁରନ୍ତ ସରକାରଙ୍କ ନିକଟରେ ପହଂଚାଇବାକୁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ଏପର୍ଯ୍ୟନ୍ତ ୫ଜଣରୁ ଅଧିକ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛି । ସମସ୍ତ ରୋଗୀ ଏବେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି । ସରକାର ଏହି ସମସ୍ତ ରୋଗୀଙ୍କ ଉପରେ ନଜର ରଖିଛନ୍ତି ।

Spread the love