ରାଜ୍ୟରେ ଦରକାର ପଡିଲେ ହୋଇପାରେ ଦିନ କର୍ଫ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ପଡିଲେ ଲାଗୁ ହୋଇପାରେ ଡେ କର୍ଫ୍ୟୁ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ସ୍ଥିତିର ସମୀକ୍ଷା ପାଇଁ ସୀମାବର୍ତ୍ତୀ ଅଞ୍ଚଳରେ ଆମ ପର୍ଯ୍ୟବେକ୍ଷକ ଗସ୍ତ କରିଛନ୍ତି ଓ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। କରୋନା ଟେଷ୍ଟିଂ କେମିତି ବଢ଼ିବ ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ, ଏୟାରପୋର୍ଟ, ରେଲ ଷ୍ଟେସନରେ କୋଭିଡ଼ ବାହାରିଲାଣି। ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଦରକାର ପଡ଼ିଲେ ରାତ୍ରି କର୍ଫ୍ୟୁ ସରକାର ଅନୁମତି ଲୋଡିପାରିବେ ଓ ରିପୋର୍ଟ ପଠାଇବେ। ବାଚସ୍ପତି କହିଛନ୍ତି ଦରକାର ପଡିଲେ ଦିନ କର୍ଫ୍ୟୁ କରାଯିବ ସ୍ୱାସ୍ତ୍ୟମନ୍ତ୍ରୀ ବି କହିଲେ ଦରକାର ପଡିଲେ ଦିନରେ କର୍ଫ୍ୟୁ କରାଯିବ। ସେହିପରି ଗତ ରବିବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ୪-୫ ଦିନ ମଧ୍ୟରେ ଡେ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଥିଲେ । ସରକାର ଏଦିଗରେ ଅନୁଧ୍ୟାନ କରୁଥିବା କହିଥିଲେ । କିନ୍ତୁ ପରେ ଏସଆରସି ବର୍ତ୍ତମାନ ସ୍ଥିତିରେ ଡେ କର୍ଫ୍ୟୁ ଲାଗୁ ନେଇ କୌଣସି ଯୋଜନା ନଥିବା ସ୍ପଷ୍ଟ କରିଥିଲେ ।

ସୂଚନା ଯେ, ଗତ କିଛି ଦିନ ଧରି ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟରେ ମଧ୍ୟ କରୋନା ମାମଲା ହୁହୁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରୁ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପରିକି ବିଭିନ୍ନ ବ୍ୟାଙ୍କ, କୋଚିଂ ସେଣ୍ଟର, କଲେଜ ଓ ସ୍କୁଲରୁ ମଧ୍ୟ ପଜିଟିଭ୍ ବାହାରିଲେଣି । ଏହାକୁ ନଜରରେ ରଖି ରାଜ୍ୟରେ ଦିନବେଳା କର୍ଫ୍ୟୁ ଲାଗୁ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Spread the love