୪ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଟୀକା କିଣାପାଇଁ ଗ୍ଲୋବାଲ ଟେଣ୍ଡରର ସତାବଳୀରେ ସଂଶୋଧନ ସମେତ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ରେଙ୍ଗାଲି ବାମପାଶ୍ୱର୍ କେନାଲରେ ୧୦୦.୪୯କିମିରୁ ୧୦୭.୫୦କିମି ପର୍ଯ୍ୟନ୍ତ କାମ ପାଇଁ ୨୪୭.୧୪ କୋଟି ଟଙ୍କାର ଚୂଡ଼ାନ୍ତ ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଢେଙ୍କାନାଳ , ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩୯୪୧୫.୯୪ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ । ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ମୁଖ୍ୟ କେନାଲକୁ ୧୪୧ କିମି ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ୩୩୫୫୧ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ । ସେହିପରି ଗତବର୍ଷ କରୋନା ସମୟରେ ଆର୍ôଥକ ବୋଝ ସହିଥିବା ହୋଟେଲ, ରେଷ୍ଟୁରାଂଟଗୁଡ଼ିକ ଲାଇସେନ୍ସ ଫି’ ଛାଡ଼ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ୬୧୩ ଠିପି ଖୋଲା ମଦ ଦୋକାନ ମଧ୍ୟରୁ ୩୬୪ ଜଣଙ୍କୁ ଜୁନ୍ ୨୦୨୦ ରୁ ,ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ଫି ସ୍ତର ଭିତିକ ଛାଡ୍ କରାଯାଇଛି । ୨୦୨୦-୨୧ ବର୍ଷ ପାଇଁ ୮୭ଟି ଭାଙ୍ଗ ଦୋକାନ, ୬୫ ତାଡି ଦୋକାନ ଓ ୬ଟି ପୋଚ ଦୋକାନକୁ ଲାଇସେନ୍ସ ଫି ଛାଡ୍ କରାଯାଇଛି । ଏହା ବ୍ୟତୀତ ଓଡ଼ିଶା ଲିଗାଲ ସର୍ଭିସ ମେଥଡ୍ ଓ ରିକ୍ୟୁଟମେଂଟ ରୁଲ-୨୦୧୬ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

କୋଭିଡ୍ ଟୀକା କିଣିବା ପାଇଁ ଡକାଯାଇଥିବା ଗ୍ଲୋବାଲ ଟେଣ୍ଡର ପାଇଁ କାଗଜପତ୍ର ଓ ସର୍ତାବଳୀକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟୀକା କମ୍ପାନୀ ସହ ୧୯ରେ ପ୍ରିବିଡ୍ ଆଲୋଚନା ହୋଇଥିଲା । ଟେଣ୍ଡର ପାଇଁ ଥିବା ସର୍ତରେ କିଛି ସଂଶୋଧନ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଟେକ୍ନିକାଲ କମିଟିର ସୁପାରିଶ ଭିତିରେ ଟେଣ୍ଡରରେ ସବୁ ସଂଶୋଧିତ ସର୍ତକୁ ବୈଠକରେ ଅନୁମତି ମିଳିଛି । ଟୀକା କମ୍ପାନୀ ଚାହିଁଲେ ପୂରା ପରିମାଣ ଉପରେ ବିଡ୍ କରିପାରିବେ । ଟେଣ୍ଡରରେ ବିଶ୍ୱର ସବୁ କମ୍ପାନୀ ସାମିଲ ହୋଇପାରିବେ । ଶୀଘ୍ର ଟୀକା କିଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି । କୋଭିଡ୍ ଟିକା କ୍ରୟ ପାଇଁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରେ ଭାଗ ନେବାକୁ ଥିବା ଉତ୍ପାଦନକାରୀ କମ୍ପାନୀମାନଙ୍କୁ ୩% ପରଫରମାନ୍ସ ସିକ୍ୟୁରିଟି, ଇଏମଡି, ବିଡ୍ ସିକ୍ୟୁରିଟି ଓ ଲିକ୍ୟୁଡିଟି ଡ୍ୟାମେଜ୍ ଭଳି ସର୍ତାବଳୀରୁ ସରକାର ଆଶ୍ୱସ୍ତି ଦେଇଛନ୍ତି । ଯେକୌଣସି ଟେଣ୍ଡରରେ ଏସବୁ ଆର୍ôଥକ ସର୍ତାବଳୀ ରହୁଥିଲେ ମଧ୍ୟ କୋଭିଡ୍ ଟିକା କ୍ରୟ ନିମନ୍ତେ କ୍ୟାବିନେଟ୍ ଏସବୁ ଟେଣ୍ଡର ସର୍ତକୁ ବାଦ୍ ଦେଇଛନ୍ତି ଓ ଏଥିପାଇଁ ଓଜିଏଫଆର ଓ ଡିଏଫଡିଆରରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ବୋଲି ଜଣାପଡ଼ିଛି । ଆସନ୍ତା ୪ମାସ ମଧ୍ୟରେ ରାଜ୍ୟର ସମସ୍ତଙ୍କୁ ଟିକାକରଣ କରିବା ପାଇଁ ଓ ଟିକା ଉତ୍ପାଦନକାରୀଙ୍କ ମଧ୍ୟରେ ଏକ ସକରାତ୍ମକ ସନ୍ଦେଶ ଦେଇ ସେମାନଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଟେଣ୍ଡର ଇଏମଡି, ବିଡ୍ ସିକ୍ୟୁରିଟି, ଲିକ୍ୟୁଡିଟି ଡ୍ୟାମେଜ୍ ଆଦି ସର୍ତକୁ ଛାଡ଼୍ କରାଯାଇଛି । ସେହିପରି -୨୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ରହି ପାରୁଥିବା ଟିକାଗୁଡ଼ିକ ୨ଡିଗ୍ରୀରୁ ୮ଡିଗ୍ରୀ ତାପମାତ୍ରରେ ୧୨ଘଂଟା ପର୍ଯ୍ୟନ୍ତ ନିଜର ଗୁଣବତା ଅପରିବର୍ତନ କରି ରହୁଥବ ସେହି ଟିକା ଉତ୍ପାଦନକାରୀଙ୍କୁ ମଧ୍ୟ ଏହି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାକୁ ସମ୍ମତି ମିଳିଛି ।

Spread the love