ଲକ୍ଷ୍ମୀସାଗର ଅଞ୍ଚଳରୁ ସେକ୍ସ ରାକେଟ ଠାବ : ୨ ଯୁବକ ଗିରଫ, ୨ ଯୁବତୀ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ସେକ୍ସ ରାକେଟ କାରବାର । ଏହି ପରିପ୍ରେକ୍ଷୀରେ ବୁଧବାର ସକାଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ଏକ ଭଡା ଘରେ ସେକ୍ସ କାରବାର ଚାଲୁଥିବା ନେଇ ଲକ୍ଷ୍ମୀସାଗର ଥାନା ପୋଲିସ ଖବର ପାଇବା ପରେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ଉ ବେଳେ ପୋଲିସ ଉକ୍ତ ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଥିବା ବେଳେ ଓ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ସୂଚନା ଯେ, ଭୁବନେଶ୍ୱର ଲକ୍ଷ୍ମୀସଗାର ଥାନା ଅନ୍ତର୍ଗତ ସାଇଶ୍ରୀ ଏନକ୍ଲେଭରେ ସେକ୍ସ ରାକେଟ୍ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବ ଯୋଜନା ମୁତାବକ କମିଶନରେଟ୍ ପୋଲିସ ଅଚାନକ ସାଇଶ୍ରୀ ଏନକ୍ଲେଭରେ ଚଢାଉ କରିଥିଲା । ଲକ୍ଷ୍ମୀସାଗର ଥାନା ପୋଲିସ ଚଢାଉ ବେଳେ ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଜାଣିବାକୁ ପାଇଥିଲା । ଚଢାଉ ବେଳେ ସେଠାରେ ଉପସ୍ଥିତ ଥିବା ଦୁଇ ଯୁବକଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ଏହାସହ ୨ ଯୁବତୀଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Spread the love