ରେପୋ ରେଟ୍ ୪ % ଓ ରିଭର୍ସ ରେପୋ ରେଟ୍ ୩.୩୫% ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା । ଏଥର ରେପୋ ରେଟ୍ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ ରହିଛି । ରେପୋ ରେଟ୍ ୪ %ରେ ରିଭର୍ସ ରେପୋ ରେଟ୍ ୩.୩୫ % ଅପରିବର୍ତ୍ତିତ ରହିଛି । ଏହାସହ ୨୦୨୧-୨୨ ପାଇଁ ୧୦.୫ % ଜିଡିପି ବଢିବା ଅନୁମାନ କରାଯାଉଛି । ତେବେ ପୂର୍ବଭଳି ୪ % ସୁଧହାରରେ ଆରବିଆଇରୁ ଋଣ ନେଇପାରିବେ ବାଣିଜ୍ୟିକ ବ୍ୟାଙ୍କ । ସମୀକ୍ଷା ପରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କରୋନା କାଳରେ ଦେଶର ଅର୍ଥନୀତିରେ ସୁଧାର ଆସିଛି । ଯଦିଓ ବର୍ତ୍ତମାନ ସ୍ଥିତି ଗମ୍ଭୀର ଅଛି ତଥାପି ଚିନ୍ତାର କୌଣସି କାରଣ ନାହିଁ । ଦେଶ ବର୍ତ୍ତମାନ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାରେ ସକ୍ଷମ ଅଛି । ଗତ ଫେବୃୟାରୀରେ ବାର୍ଷିକ ମୁଦ୍ରାନୀତି ସମୀକ୍ଷାରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଥିଲେ ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ, ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି (ଏମଏସଏଫ) ରେଟ୍‌ ପୂର୍ବପରି ୪.୨୫% ରହିଛି। ରିଭର୍ସ ରେପୋରେଟ୍‌ ୩.୩୫%ରେ ସ୍ଥିର ଅଛି। ଏହାସହିତ ବ୍ୟାଙ୍କ ରେଟ୍‌ରେ ବି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪.୨୫% ରହିଛି। ଆରବିଆଇ ଚଳିତ ଆର୍ଥିକ ବର୍ଷ ୨୦୨୧-୨୨ରେ ଦେଶର ଜିଡିପିରେ ୧୦.୫%କୁ ବୃଦ୍ଧି ପାଇବା ଅନୁମାନ ଲଗାଇଛି। ଗତ ବୈଠକରେ ମଧ୍ୟ ଜିଡିପିରେ ୧୦.୫% ବୃଦ୍ଧି ଆକଳନ କରାଯାଇଥିଲା। ଦାସ କହିଛନ୍ତି, କରୋନା ମହାମାରୀ ସତ୍ବେ ଅର୍ଥବ୍ୟବସ୍ଥାରେ ସୁଧାର ଆସୁଛି। କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏଥିରେ ସାମାନ୍ୟ ଅନିଶ୍ଚିତତା ସୃଷ୍ଟି ହୋଇଛି। ମାତ୍ର ଦେଶ​‌ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ମା କରିବାକୁ ପ୍ରସ୍ତୁତ ରହିଛି।

Spread the love