୭ଦିନ ପାଇଁ ସିଲ୍ ହେଲା ସହିଦନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ଷ୍ଟୋର

ସହିଦନଗର ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ୭ ଦିନ ପାଇଁ ସିଲ୍
ଭୁବନେଶ୍ୱର : ଭୁବନେଶ୍ୱରର ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ଷ୍ଟୋରକୁ ସିଲ୍ କରିଛି ବିଏମସି । ସେଠାରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ତେଣୁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋର ଏପ୍ରିଲ ୨୯ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ରିଲାଏନ୍ସ ଟ୍ରେଣ୍ଡ୍ସ ପରିସରକୁ ସାନିଟାଇଜ କରାଯିବ । ଏହାର ପରିସରକୁ କିମ୍ବା ବାହାରେ କାହାକୁ ଚଳପ୍ରଚଳ କରିବାକୁ ଅନୁମତି ଦିଆଯିବ ନାହିଁ ।

Spread the love