ଲଦାଖରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଲଦାଖରେ ଶନିବାର ଭୋର ୫ଟା ୧୧ମିନିଟ ସମୟରେ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ମପାଯାଇଛି । ଭୂକମ୍ପରେକେହି ମୃତାହତ ହୋଇଥିବା କିମ୍ବା କିଛି ଧନସମ୍ପତ୍ତି ନଷ୍ଟ ହୋଇ ନଥିବା ସୂଚନା ରହିଛି । କିନ୍ତୁ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଛନ୍ତି ।

ସୂଚନା ଯେ, ଗତ ଦୁଇ ସପ୍ତାହ ମଧ୍ୟରେ ଲଦାଖ ଅଞ୍ଚଳରେ ଏହା ହେଉଛି ତୃତୀୟ ଭୂକମ୍ପନ। ଫେବ୍ରୁଆରି ୧୭ରେ ସେଠାରେ ୩.୫ ତୀବ୍ରତା ସମ୍ପନ୍ନ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାଛଡ଼ା ଫେବ୍ରୁଆରି ୧୩ ତାରିଖରେ ମଧ୍ୟ ଜମ୍ମୁ ଓ କଶ୍ମୀରରେ ଏକ ଶକ୍ତିଶାଳୀ ଭୂମିକମ୍ପ ସଂଗଠିତ ହେବାରୁ ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ଏହି ଭୂକମ୍ପନ ଯୋଗୁଁ ଅନେକ ଘର ଫାଟି ଯାଇଥିବା ରିପୋର୍ଟ ଆସିଥିଲା।

Spread the love