ସ୍ୱାଭାବିକ ହେବ ପ୍ରଶାନ୍ତି ବିଶେଷ ଏକ୍ସପ୍ରେସ ଚଳାଚଳ

ଭୁବନେଶ୍ୱର : ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନକୁ ଏହାର ନିର୍ଦ୍ଧାରିତ ଚଳାଚଳ ପଥରେ ଚଳାଇବାପାଇଁ ଏବଂ ଗୁଂଟୁର-ବିଶାଖାପାଟନମ୍‌-ଗୁଂଟୁର ବିଶେଷ ଟ୍ରେନକୁ ପୁନଃ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ଦୋନାକୋଣ୍ଡା ଡୋନାକୋଣ୍ଡା-ଗାଜେଲାକୋଣ୍ଡା ଷ୍ଟେସନ୍ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ପ୍ରଶାନ୍ତି ବିଶେଷ ଟ୍ରେନ ୨୯ ମାର୍ଚ୍ଚରୁ ୧ ଏପ୍ରିଲ, ୨୦୨୧ ମଧ୍ୟରେ ଗୁଂଟୁର- କାଚେଗୁଡା-ଗୁଡୁର-ରେଣିଗୁଂଟା-ମେଲପାକକମ୍‌-କାଟପାଡି-ଜୋଲାରପେଟାଇ ହୋଇ ପରିବର୍ତିତ ମାର୍ଗରେ ଚଳାଚଳ କରିବାପାଇଁ ନିଷ୍ପତି ନିଆଯାଇଥିଲାବେଳେ ଗୁଂଟୁର-ବିଶାଖାପାଟନମ୍‌-ଗୁଂଟୁର ବିଶେଷ ଟ୍ରେନ କୁ ବାତିଲ କରାଯାଇଥିଲା । ୦୮୪୬୩/୦୮୪୬୪ ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ବିଶେଷ ଟ୍ରେନ ଉଭୟ ପାର୍ଶ୍ୱରୁ ୩୦ ମାର୍ଚ୍ଚ, ୨୦୨୧ ଠାରୁ ଏହାର ନିର୍ଦ୍ଧାରିତ ମାର୍ଗରେ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି । ସେହିଭଳି, ୦୭୨୩୯/୦୭୨୪୦ ଗୁଂଟୁର-ବିଶାଖାପାଟନମ୍‌-ଗୁଂଟୁର ଗୁଂଟୁର ଠାରୁ ଏପ୍ରିଲ ୨ ତାରିଖ ଠାରୁ ଏବଂ ବିଶାଖାପାଟଣାରୁ ୩ ଏପ୍ରିଲ, ୨୦୧୧ ଠାରୁ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବାକୁ ନିଷ୍ପତି ନିଆଯାଇଛି ।

Spread the love