ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାଶରେ ପଡି ବୃଦ୍ଧ ମୃତ

ଢେଙ୍କାନାଳ : ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ଏଭଳି ଅଭାବନିୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ଭାଟକାଟେଣୀ ଗ୍ରାମର ପ୍ରଣଦ ବେହେରା (୭୦) ବର୍ଷ ।

ଭାଟ କାଟେଣୀ ଗ୍ରାମର ବିଲ ମଝିରେ ବାର୍‌ହା ଶିକାର ପାଇଁ ଶିକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ଫାଶରେ ଜଣେ ବୃଦ୍ଧ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେ ବିଲକୁ ଘାସ କାଟିବାକୁ ଯାଇଥିଲେ । ମାତ୍ର ବିଲରେ ଶିକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଗ୍ରାମରେ ଚାପା ଉତେଜନା ପ୍ରକାଶ ପାଇଛି । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଛେଦ କରିବାକୁ ପଠାଇଛନ୍ତି ।

Spread the love