ଚିକିତ୍ସାଧୀନ ଅବସ୍ଥାରେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମା’ଙ୍କ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜ (୭୦)ଙ୍କ ଦେହାନ୍ତ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ଦେଇଥିଲେ ।

ସୂଚନା ଯେ, ପିପିଲି କଂଗ୍ରେସ ପ୍ରାର୍ଥୀ ସ୍ଵର୍ଗତ ଅଜିତ ମଙ୍ଗରାଜ ମଧ୍ୟ କୋଭିଡରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କ ମା’ ମଧ୍ୟ କୋଭିଡରେ ମୃତ୍ୟୁବରଣ କରିଛନ୍ତି । ଅଜିତ ଏବଂ ଏବେ ତାଙ୍କ ମା’ଙ୍କ ଜୀବନ ଯିବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର ।

Spread the love