କରୋନା ପରିଚାଳନାରେ ସାମିଲ ହେଲେ ଡାକ୍ତରୀ ଛାତ୍ର

ଭୁବନେଶ୍ୱର : କରୋନା ମୁକାବିଲାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲର ୬ ଜଣ ଇଂଟର୍ଣ୍ଣଙ୍କୁ ୧୦୪ କଲ୍ ସେଂଟରରେ ନିୟୋଜିତ କରାଯାଇଛି । ସେମାନେ ଭୁବନେଶ୍ୱର ସ୍ଥିତ ଇଡକୋ ଟାୱାରରେ ଖୋଲା ଯାଇଥିବା ଏହି ୧୦୪ କଲ୍ ସେଂଟରରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ୬ ଡାକ୍ତର ହେଉଛନ୍ତି, ଅରୁନ୍ଧତୀ ଆଚାର୍ଯ୍ୟ, ଦିବ୍ୟ ପ୍ରକାଶ ଆଚାର୍ଯ୍ୟ, ସୌରଭ ଆଚାର୍ଯ୍ୟ, ସୁମନ ସ୍ମିଥ୍ ଅଧିକାରୀ, ପବନ ଅଗ୍ରୱାଲ୍ ଓ ଅନମୋଲ୍ ଅଗ୍ରୱାଲ ।

Spread the love