ଟ୍ରେନ୍‌କୁ ଅଟକାଇ ଯାତ୍ରୀଙ୍କୁ ପୋଷ୍ଟର ବାଣ୍ଟିଲେ ମାଓବାଦୀ

ମାଲକାନଗିରି : ନକ୍ସଲ ମାନେ ଶୁକ୍ରବାର ମାଲକାନଗିରି ଛତିଶଗଡ ସିମାନ୍ତ ଦନ୍ତେୱାଡା ଜିଲ୍ଲାରେ ଏକ ପାସେଞ୍ଜର ଟ୍ରେନ୍ କୁ ଅଟକାଇଥିଲେ । ବଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲ ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନ୍ ଟିକୁ ଅଟକାଇ ଆସନ୍ତା ୨୬ ତାରିଖ ଭାରତ ବନ୍ଦ କରିବା ଲାଗି ପାସେଞ୍ଜର ମାନଙ୍କୁ ଦେଇଥିଲେ ମାଓ ପୋଷ୍ଟର । ଏହା ସହ ଟ୍ରେନର ବଗିରେ ମଧ୍ୟ ନକ୍ସଲ ମାନେ ଲଗାଇଥିଲେ ଅନେକ ମାଓ ପୋଷ୍ଟର । ଦୁଇ ଘଣ୍ଟାରୁ ଅଧିକ ଅଧିକ ସମୟ ଧରି ସେଠାରେ ଟ୍ରେନ୍ ଟି ଅଟକି ରହିବା ପରେ ଗୋଟିଏ ଇଞ୍ଜିନ ଓ ଗୋଟିଏ ବଗିକୁ ନକ୍ସଲ ମାନେ ଖୋଲି ଦେଇଥିଲେ । ପରେ ଅଧା ଟ୍ରେନ ଓ ପାସେଞ୍ଜର ମାନଙ୍କୁ ସୁରକ୍ଷିତ ଅବସ୍ଥାରେ କିରାଣ୍ଡୁଲ ପହଞ୍ଚିଥିଲା ଟ୍ରେନ୍ । ଆଜି ସକାଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇଛନ୍ତି। ତେବେ ଏଥିରେ ଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସୁରକ୍ଷା ବାହିନୀ ଜବାନମାନେ ଏହି ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ନକ୍ସଲମାନେ ଅପହରଣ କରିନେଇଥିବା ଜଣେ ପୁଲିସ ଏସଆଇଙ୍କୁ ହତ୍ୟା କରିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ରେଳଧାରଣାରେ ଲୁହାପ୍ଲେଟ ରଖି ନକ୍ସଲମାନେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରିଥିଲେ। ତେବେ ସେଥିରେ ଯାତ୍ରା କରୁଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଭାନ୍‍ସି ଓ ବଚେଲି ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ଖବର ମିଳିବାପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଦନ୍ତେୱାଲା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଯେ ଯାତ୍ରୀମାନଙ୍କୁ ନିରାପଦ ଭାବରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।

Spread the love