୮ କିଲୋ ଓଜନର ଆଇଇଡି ଠାବ, ମାଓବାଦୀଙ୍କ ଯୋଜନା ପଣ୍ଡ

ମାଲକାନଗିରି : ୮ କିଲୋ ଓଜନର ଆଇଇଡି ଠାବ । ଉଦ୍ଧାର କରିବା ପରେ ଯବାନମାନେ ଆଇଇଡିକୁ ନିଷ୍କ୍ରିୟ କରିଛନ୍ତି । ଫଳରେ ମାଓବାଦୀଙ୍କ ଏକ ବଡଧରଣର ବିସ୍ଫୋରଣ ଯୋଜନା ପଣ୍ଡ କରିଛନ୍ତି ଯବାନ ।

ସୂଚନା ଯେ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲାରେ ୮୫ ବାଟାଲିୟନର ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଜାପୁର ଜିଲ୍ଲା ଛେରପାଲ୍ ଗ୍ରାମ ମୋଦିପାରା ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଖଞ୍ଜିଥିଲେ ଆଇଇଡି । ୮ କିଲୋ ଓଜନର ଆଇଇଡି କଲେ ଠାବ କରି ନିଷ୍କ୍ରିୟ କରିଛନ୍ତି ଯବାନ ।

Spread the love