ବିସ୍ଫୋରଣ କରି ରେଳଧାରଣା ଉଡାଇଦେଲେ ମାଓବାଦୀ

ରାଉରକେଲା : ମାଓବାଦୀଙ୍କ ହିଂସା ଥମିବାର ନ ନେଉନି । ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡ ଚକ୍ରଧରପୁର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ନିକଟ ଦେଇ ଯାଇଥିବା ରେଳେ ଧାରଣାକୁ ବିସ୍ଫୋରଣ କରି ଉଡାଇଦେଇଛନ୍ତି ମାଓବାଦୀ । ପ୍ରାୟ ୨ ମିଟର ପର୍ଯ୍ୟନ୍ତ ରେଳ ଧାରଣାକୁ ବିସ୍ଫୋରଣରେ ଉଡାଇଛନ୍ତି ମାଓବାଦୀ । ଯାହାଫଳରେ ହାଓ୍ୱଡ଼ା ମୁମ୍ବାଇ ଭାୟା ରାଉରକେଲା ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ରେଳଓ୍ୱ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସେହିପରି ଘଟଣା ଘଟିଥିବା ସ୍ଥାନ ନିକଟରେ ଏକ ମାଓ ପୋଷ୍ଟର ମରାଯାଇଥିବାର ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ସମର୍ଥନ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି ।

ଭାରତ ବନ୍ଦ ଡାକରାର ଦିନକ ପୂର୍ବରୁ ବଡ଼ ଧରଣର ଅଘଟଣ ଘଟାଇଛନ୍ତି ନକ୍ସଲ। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଲୋଟପାହାଡ ନିକଟରେ ଗତକାଲି ରାତି ପ୍ରାୟ ଦୁଇଟାରେ ବିସ୍ଫୋରଣରେ ଟ୍ରେନ ଲାଇନ ଉଡାଇ ଦେଇଛନ୍ତି । ବିସ୍ପୋରଣରେ ପ୍ରାୟ ଦୁଇ ମିଟର ପର୍ଯ୍ୟନ୍ତ ରେଳ ଲାଇନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଫଳରେ ମୁମ୍ବାଇ – ହାୱଡା ଅଫ ଓ ଡାଉନ ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।ମାଲବାହୀ ଟ୍ରେନ ଡ୍ରାଇଭର ବିସ୍ଫୋରଣ ଶବ୍ଦ ଶୁଣି ଚକ୍ରଧରପୁର ମଣ୍ଡଳକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ସୋମବାର ଭୋରରୁ ବିଭାଗୀୟ ଅଧିକାରୀ,ଆରପିଏଫ ଯବାନ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରେଳ ଲାଇନ ମରାମତି କାମ ଜାରି ରହିଛି ।ରାଉରକେଲା ଷ୍ଟେସନରେ ଦୁଇଟି ଟ୍ରେନ ଅଟକି ରହିଛି। ଯାତ୍ରୀମାନଙ୍କୁ ନାହିଁ ନ ଥିବା ହଇରାଣ ହେବାକୁ ପଡିଛି । ଗତ ଚାରି ଦିନ ତଳେ ସେହି ଲୋଟାପାହାଡ ରେଳ ଲାଇନ ପାର୍ଶ୍ୱରେ ନକ୍ସଲ ବ୍ୟାନର ଲାଗିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଆତଙ୍କିତ ହୋଇ ପଡିଥିଲେ ରେଳବାଇ କର୍ମଚାରୀ, ଆର୍‌ପିଏଫ୍‌ ଯବାନ। ରେଳଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା। ମାଲ୍‌ଗାଡି କର୍ମଚାରୀ ଦେଖି ରେଳବାଇ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ହାୱଡା-ମୁମ୍ବାଇ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଯାତାୟତ କରୁଥିବା ଯାତ୍ରୀବାହୀ ଟ୍ରେନ୍‌କୁ ପୂର୍ବବର୍ତ୍ତୀ ଷ୍ଟେସନରେ ରୋକାଯାଇଥିଲା। ରାଉରକେଲାରୁ ହାୱଡା ଯାଉଥିବା ଅହମ୍ମଦାବାଦ ଏକ୍ସପ୍ରେସ୍‌ ଗୋଏଲକେରା ଷ୍ଟେସନର ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା। ସନ୍ଧାନୀ କୁକୁର, ଆର୍‌ପିଏପ୍‌, ଜିଆର୍‌ପି , ଜିଲ୍ଲା ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ଟ୍ରେନ୍‌ଗୁଡ଼ିକୁ ଛଡାଯାଇଥିଲା। ବ୍ୟାନରରେ କେନ୍ଦ୍ର ସରକାର ତିନିଟି କଳା କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନକ୍ସଲ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା l

Spread the love