ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେବେ ଗତକାଲି ତୁଳନାରେ ଆଜି (ଗୁରୁବାର) ତାପମାତ୍ରା ସାମାନ୍ୟ କମ୍ ରହିଛି । ଗୁରୁବାର ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି । ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୯.୮ ଓ କଟକରେ ୩୯.୨ ଡିଗ୍ରି ସେଲସିୟସ ରହିଛି ।

ଏହା ବ୍ୟତୀତ ବାଲେଶ୍ୱରରେ ୩୭.୫, ଚାନ୍ଦବାଲି ୩୯.୬, ପାରାଦୀପ ୩୧.୮, ଗୋପାଳପୁର ୩୧.୮, ପୁରୀ ୩୩.୦, ବାରିପଦା ୪୨.୨, ଝାରସୁଗୁଡ଼ା ୪୦.୦୬, କେନ୍ଦୁଝର ୩୯.୮, ସମ୍ବଲପୁର ୪୧.୪, ସୁନ୍ଦରଗଡ଼ ୪୧.୫, ହୀରାକୁଦ ୪୦.୭, ଭବାନୀପାଟଣା ୪୧.୬, କୋରାପୁଟ ୩୭.୫, ଫୁଲବାଣୀ ୪୦.୦, ଟିଟଲାଗଡ଼ ୪୨.୨, ମାଲକାନଗିରି ୪୨.୦, ସୋନପୁର ୪୦.୮, ଦାରିଙ୍ଗିବାଡ଼ି ୩୭.୦, ନୟାଗଡ଼ ୪୧.୭, ବୌଦ୍ଧ ୪୨.୦, ଛତ୍ରପୁର ୩୪.୫ , ପାରଳାଖେମୁଣ୍ଡି ୪୨.୨ ଓ ରାୟଗଡ଼ା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

Spread the love