ଜିଲ୍ଲା ବାହାରର ଶବକୁ ସ୍ୱର୍ଗଦ୍ୱାର ମନା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ଏହି ନିୟମ ପ୍ରକାରେ ଆଜି ଠାରୁ ପୁରୀ ଜିଲ୍ଲା ବାହାରର କୌଣସି ଶବ ସ୍ୱର୍ଗଦ୍ୱାରରେ ଦାହ କରାଯାଇପାରିବ ନାହିଁ । କୋଭିଡ଼୍ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିୟମ ଜାରୀ କରାଯାଇଛି । ଗତବର୍ଷ ମଧ୍ୟ ବାହାର ଜିଲ୍ଲାର ଶବକୁ ସ୍ୱର୍ଗଦ୍ୱାରରେ ଦାହ ନିମନ୍ତେ ଅନୁମତି ଦିଆଯାଇନଥିଲା । ପୁରୀ ଜିଲ୍ଲାର ଲୋକଙ୍କର କୋଭିଡ଼୍ ବ୍ୟତୀତ ଅନ୍ୟ କାରଣ ପାଇଁ ମୃତ୍ୟୁ ହେଲେ ସେମାନଙ୍କ ଆତ୍ମୀୟ ସ୍ୱର୍ଗଦ୍ୱାରରେ ଶବଦାହ କରିପାରିବେ । ସେହିପରି କୋଭିଡ଼୍ ରେ ପ୍ରାଣ ହରାଉଥିବା ବ୍ୟକ୍ତି ସମୁଦ୍ର କୂଳେ ଅସ୍ଥି ବିସର୍ଜନ ଓ ତିଳତର୍ପଣ କରିପାରିବେ ନାହିଁ ବୋଲି ନିଶେଧାଜ୍ଞା ଜାରୀ କରାଯାଇଛି ।

Spread the love