ଆଜି ରାତିରେ ପୃଥିବୀ ନିକଟ ଦେଇ ଗତି କରିବ ଏଫଓ ୩୨, ନାହିଁ ବିପଦ

ନୂଆଦିଲ୍ଲୀ : ପୃଥିବୀର ନିକଟ ଦେଇ ରବିବାର ରାତି ୯ଟା ୩୩ ମିନିଟ୍‌ ସମୟରେ ଏକ କ୍ଷୁଦ୍ର ଗ୍ରହ (ଏଫଓ ୩୨) ଗତି କରିବ। ଏହି ଗ୍ରହଟି ଆଇଫେଲ୍ ଟାଓ୍ଵାରଠୁ ତିନି ଗୁଣ ବଡ ବୋଲି ଜଣାପଡିଛି । ଏହି ଗ୍ରହକୁ ଆଠ ଇଞ୍ଚ ଡାୟମିଟର କିମ୍ବା ସେଥିରୁ ବଡ ଟେଲିସ୍କୋପ ସାହାଯ୍ୟରେ ପୂରା ଦୁନିଆରେ ଦେଖା ଯାଇ ପାରିବ। ଗ୍ରହର ଲମ୍ବ ୯୯୬ ମିଟର। ନାସା ଏହାକୁ ବିପଦଜ୍ଜନକ ଗ୍ରହ ଶ୍ରେଣୀରେ ରଖିଛି। ହେଲେ ଏଥିରେ ପୃଥିବୀକୁ ଆଗାମୀ ଶତାଧିକ ବର୍ଷ ପର୍ଯ୍ୟନ୍ତ କୌଣସି ପ୍ରକାରର ବିପଦ ନାହିଁ।

ଆର୍ଯ୍ୟଭଟ୍ଟ ପ୍ରେକ୍ଷଣ ବିଜ୍ଞାନ ଗବେଷଣା ସଂସ୍ଥା(ଏରିଜ) ନୈନିତାଲର ବୈଜ୍ଞାନିକ ଡ. ବୀରେନ୍ଦ୍ର ଯାଦବଙ୍କ ଅନୁଯାୟୀ ଏହି ଗ୍ରହ ପ୍ରାୟ ସେକେଣ୍ଡ ପ୍ରତି ୩୪.୪ କିଲୋମିଟର ବେଗରେ ଆମ ସୌର ମଣ୍ଡଳ ନିକଟ ଦେଇ ଗତି କରିବ। ଏହା ୫.୨୫ ଲୁନାର ଦୂରତ୍ଵରେ ପୃଥିବୀ ନିକଟ ଦେଇ ଗତି କରିବ। ଲୁନାର ଦୂରତ୍ଵ ଅର୍ଥାତ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଏକ ହାରାହାରି ଦୂରତା। ଗୋଟିଏ ଲୁନାର ଦୂରତ୍ଵ ହାରାହାରି ତିନି ଲକ୍ଷ ୮୪ ହଜାର ୪୦୦ କିଲୋମିଟର ସହ ସମାନ। ଏହି ପରି ପୃଥିବୀର ସବୁଠୁ ନିକଟତର ହେଲେ ମଧ୍ୟ ଏହି ଗ୍ରହ ୨୦ଲକ୍ଷ କିଲୋମିଟର ଦୂରରେ ଗତି କରିବ।

Spread the love