ମିଳିଲା ବିଜାପୁରରେ ମାଓ କବଜାରେ ଥିବା ଯବାନଙ୍କ ପ୍ରଥମ ଫଟୋ

ବିଜାପୁର: ଛତିଶଗଡ଼ର ବିଜାପୁରରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ ଜଣେ ଯବାନ ନିଖୋଜ ହୋଇଯାଇଥିଲେ। ନିଖୋଜ ଥିବା ଯବାନ ରାକେଶ୍ଵର ମାନହାସଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବା ଏବେ ସ୍ପଷ୍ଟ ହୋଇଛି। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଛନ୍ତି। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଛି।

ଏଥିସହ ୩ ତାରିଖରେ ଯବାନଙ୍କଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ରର ଫଟୋ ମଧ୍ୟ ଜାରି କରିଥିଲା ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟି । ଏକେ -୪୭, ଏଲଏମଜି, ୟୁବିଜିଏଲ, ଗ୍ରେନେଡ ଲଂଚର ସହ ୨ ହଜାର ଗୁଳି ଲୁଟିଥିବା ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଯବାନଙ୍କ ଗୁଳିମାଡ଼ରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରେସ ରିଲିଜ ଜାରି କରିଛି ନକ୍ସଲ ସଂଗଠନ । ବିଜାପୁର ଜୋନାଗୁଡ଼ା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆରପିଏଫ୍ ଯବାନ ରାକେଶ୍ବର ସିଂ ମନହସଙ୍କ ଖୋଜଖବର ମିଳି ନଥିଲା । ତେବେ ସେ ମାଓବାଦୀଙ୍କ କବଜାରେ ଥିବା ସାମ୍ବାଦିକଙ୍କୁ ଫୋନ କରି ସୂଚନା ଦେଇଥିଲା ନକ୍ସଲ ସଂଗଠନ । ଛତିଶଗଡ଼ ବିଜାପୁରର ସାମ୍ବାଦିକ ଗଣେଶ ମିଶ୍ରଙ୍କୁ ଫୋନ କରି ଯବାନଙ୍କ ଦେହରେ ଗୁଳି ବାଜିଥିବା ଓ ତାଙ୍କର ଚିକିତ୍ସା କରାଯାଇଥିବା କହିଥିଲେ ମାଓବାଦୀ ।

Spread the love